ନିମ୍ନମାନର କାମକୁ ଭାଙ୍ଗିଲା ଜିଲ୍ଲା ପ୍ରଶାସନ !!

0
203

ସୁକିନ୍ଦା ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲାରେ ହରିଲୁଟ ହେଉଛି ଖଣିଜ ପାଣ୍ଠି . ବିପୁଳ ଅର୍ଥ ବ୍ୟୟ ହୋଇ ମାନକେଡ଼ିଆ ଜନଜାତିମାନଙ୍କ ପାଇଁ ନିର୍ମିତ ହୋଇଥିବା ଘରକୁ ବିପଦସଙ୍କୁଳ ଦର୍ଶାଇ ଭାଙ୍ଗି ଦେଇଛି ଜିଲ୍ଲା ପ୍ରଶାସନ . ଯାଜପୁର ଜିଲ୍ଲାରେ ବସବାସ କରୁଥିବା ମାନକେଡ଼ିଆ ଜନଜାତି ର ବାସିନ୍ଦା ମାନଙ୍କୁ ଥଇଥାନ ସହ ଏକ ଉନ୍ନତ ବାସସ୍ଥାନ ଯୋଗାଇବା ନିମନ୍ତେ ଆରମ୍ଭ ହୋଇଥିଲା ଆବାସ ନିର୍ମାଣ . ତେବେ କାର୍ଯ୍ୟାଦେଶ ନେଇଥିବା ଠିକାଦାର ମନମୁଖୀ କାମ କରି ଅତ୍ୟନ୍ତ ନିମ୍ନମାନର କାମ କରିଥିଲେ . ଏପରିକି ଘର ସଂପୂର୍ଣ୍ଣ ହେବ ଆଗରୁ କାନ୍ଥରେ ଦେଖା ଦେଇଥିଲା ଫାଟ . ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ତଥା ଖୋଦ ମାନକେଡ଼ିଆ ଜନଜାତି ଲୋକମାନେ ଅଭିଯୋଗ କରିବା ପରେ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା . ଜିଲ୍ଲା ପ୍ରଶାସନ ଏ ସମ୍ପର୍କରେ ଅବଗତ ହେବ ପରେ ଜେସିବି ଲଗାଇ କେତେକ ଘରକୁ ସଂପୂର୍ଣ୍ଣ ଭାଙ୍ଗିଥିବାର ସୂଚନା ମିଳିଛି . ତେବେ ଜିଲ୍ଲା ଖଣିଜ ପାଣ୍ଠିରୁ ଅର୍ଥ ଖର୍ଚ୍ଚ ହୋଇ ନିର୍ମାଣ ହୋଇଥିବା ଘର ମାଟିରେ ମିଶିବା ପରେ ସମ୍ପୃକ୍ତ ଠିକାଦାରଙ୍କ ପ୍ରତି କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉଛି ତାହାକୁ ସମସ୍ତଙ୍କ ଅପେକ୍ଷା .

LEAVE A REPLY

Please enter your comment!
Please enter your name here