ଭେଜାଲ ଖାଦ୍ୟ ସାମଗ୍ରୀର ବ୍ୟବସାୟକୁ ନେଇ ଗର୍ଜିଲା କଟକ ନଗର କଂଗ୍ରେସ ।

0
184

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ଦିନକୁ ଦିନ କଟକ ସହରରେ ବଢି ଚାଲିଛି ଭେଜାଲ ତଥା ଅପମିଶ୍ରିତ ଖାଦ୍ୟସାମଗ୍ରୀ ବ୍ୟବସାୟ . ପୁଲିସ ପ୍ରଶାସନର ଆଖିରେ ଧୁଳି ଦେଇ ମୁନାଫାଖୋର କଲା ବେପାରୀମାନେ କଳା ସାମ୍ରାଜ୍ୟ ବିସ୍ତାର କରିଚାଲିଛନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଗତ କିଛିଦିନ ତଳେ ପୁଲିସ ହାତରେ ଧରା ପଡିଥିବା କିଛି ବ୍ୟବସାୟୀ ଏବଂ ଏମାନଙ୍କ ଠାରୁ ଜବତ ହୋଇଥିବା ବିପୁଳ ପରିମାଣର ଭେଜାଲ ଖାଦ୍ୟ ସାମଗ୍ରୀ । ଗୋଟିଏ ପଟେ ଏହି ବ୍ୟବସାୟୀମାନେ କେମିକାଲ ଯୁକ୍ତ ଏବଂ ଅପମିଶ୍ରିତ ଖାଦ୍ୟ ସାମଗ୍ରୀର ବ୍ୟବସାୟରେ ରାତାରାତି ମାଲାମାଲ ହେଉଥିବା ବେଳେ ଅନ୍ୟପଟେ ଏହାକୁ ଖାଇ ସାଧାରଣ ଲୋକ ମୃତ୍ୟୁ ମୁଖରେ ପଡନ୍ତି । ଏହାକୁ ବିରୋଧ କରି ଆଜି କଟକ ନଗର କଂଗ୍ରେସ ପକ୍ଷରୁ ଏକ ପ୍ରତିବାଦ ସଭା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଟିତ ହୋଇଥିଲା । ଏହି କଳା ବ୍ୟବସାୟୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ହେବା ସହ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଯଦି ଆଗାମୀ ଦିନରେ ଏଥି ପ୍ରତି ଦୃଷ୍ଟି ଦିଆ ନ ଯାଏ ତେବେ ଏହି ଆନ୍ଦୋଳନ ସମଗ୍ର ରାଜ୍ୟରେ ଉଗ୍ର ରୂପ ନେବ ବୋଲି କଟକ ନଗର କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here