୧୨ ଘଣ୍ଟିଆ ପ୍ରତୀକ ଅନଶନ ।

0
364

ଯାଜପୁର ( ଆୱାଜ ମିଡ଼ିଆ ) – ଆଦିତ୍ୟ ମହାନ୍ତି : ବିଶିଷ୍ଟ ସମାଜସେବୀ ରମାଦେବୀଙ୍କ ଜୟନ୍ତୀ ଅବସରରେ ତାଙ୍କର କର୍ମଭୂମିରେ ୧୨ ଘଣ୍ଟିଆ ପ୍ରତୀକ ଅନଶନ । ରମାଦେବୀ ତାଙ୍କର କର୍ମଭୂମି ବରୀରୁ ଆରମ୍ବ କରିଥିଲେ ନାରୀ ମାନଙ୍କ ପାଇଁ ସଂଗ୍ରାମ । ସେଥିପାଇଁ ଆଜି ତାଙ୍କର ଜୟନ୍ତୀ ଅବସରରେ ବରୀର ସଂଗ୍ରାମୀ ମାନେ ପରୀର ନ୍ୟାୟ ପାଇଁ ଆରମ୍ଭ କରିଛନ୍ତି ୧୨ ଘଣ୍ଟିଆ ପ୍ରତୀକ ଅନଶନ । ଯାଜପୁର ବରୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବରୀର ବିଶିଷ୍ଟ ସମାଜସେବୀ ସତ୍ୟରଞ୍ଜନ କର, କଞ୍ଚନବାଳା ଜ୍ୟୋତି, ବନ୍ଦିତା , ପ୍ରଶାନ୍ତ ପରିହରି, ପ୍ରଭାସିନୀ ରାଉତ, ସିତାରାଣୀ ଦେଓ ପ୍ରମୁଖ ଉପସ୍ଥିତ ରହି ପରୀର ହତ୍ୟାକାରୀକୁ କିପରି ଶୀଘ୍ର ଧରାଯାଇ କଠୋର ରୁ କଠୋର ଦଣ୍ଡ ପ୍ରଦାନ କରାଯିବ ସେଥିପାଇଁ ଏହି ଅନଶନ ଆରମ୍ବ କରିଛନ୍ତି ।

LEAVE A REPLY

Please enter your comment!
Please enter your name here