ମାଟିଆ ସାହିରେ ଶ୍ରୀ ଶ୍ରୀ କାଞ୍ଚି କାମାକ୍ଷୀ ପୂଜା ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମାଟିଆ ସାହି ନିକଟରେ ଶ୍ରୀ ଶ୍ରୀ କାଞ୍ଚି କାମାକ୍ଷୀ ମାଆଙ୍କ ପୂଜା ଅନୁଷ୍ଠିତ ହେଉଅଛି । ମାଆ କାଞ୍ଚି କାମାକ୍ଷୀ ହେଉଛନ୍ତି ସୁନାରୀ ମାନଙ୍କର ଇଷ୍ଟ ଦେବୀ । ଏହି ପୂଜା କଲେ ସୁଖ, ଶାନ୍ତି, ଧନ,ସମ୍ପତ୍ତି ମାନ ଯଶ ସମୃଦ୍ଧି ଆରୋଗ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ପରିବାରର ମଙ୍ଗଳ ଆରୋଗ୍ୟ ପ୍ରଭୃତି କାମନା କରି ଏହି ପୂଜା କରାଯାଏ । ଏହି ପୂଜା 5 ଦିନ କରାଯାଏ , ସକାଳୁ ମାଆଙ୍କ ନିକଟରେ କୁମ୍ଭ, ଦୀପ, ଧୂପ, ନୈବେଦ୍ୟ, ଫୁଲ, ଫଳ, ହୋମଯଜ୍ଞ ସହ ଆଳତୀ କରାଯାଏ । ସେହିପରି ସନ୍ଧ୍ୟା ସମୟରେ ମାଆଙ୍କ ଦର୍ଶନ ସହ ସନ୍ଧ୍ୟା ଆଳତୀ ଦେଖିବା ଓ ମାଆଙ୍କ ଆଶୀର୍ବାଦ ନେବା ପାଇଁ ଭକ୍ତଙ୍କ ସମାଗମ ହେଉଛି । ଦୀର୍ଘ ବର୍ଷ ହେବ ଏହି ପୂଜା କରାଯାଉଛି ।ଆଶ୍ୱିନ ମାସରେ ଏହି ପୂଜା କରାଯାଇଥାଏ ଓ ଦଶହରା ପରେ ମାଆଙ୍କୁ ବିସର୍ଜନ କରାଯାଏ । ଆଲୋକ ମାଳାରେ ସାହି ରାସ୍ତା ଝଲିସି ଉଠୁଛି । ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *