ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଚଳନ୍ତା ଗାଡ଼ିରୁ ମହିଳାଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ଫେରାର ହେଲେ ଦୁଇ ଦୁର୍ବୁତ୍ତ ! ବାଙ୍କୀ ରୁ ସନ୍ଧ୍ୟା ସମୟ ରେ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ଅଧା ବାଟରେ ସ୍କୁଟିରେ ଆସି ବାଇକ ର ପଛପଟେ ବସିଥିବା ଚଳନ୍ତା ଗାଡ଼ିରୁ ମହିଳାଙ୍କ ବେକରୁ ୩୦ ହଜାର ର ସୁନା ଚେନ ଲୁଟି ନେଲେ ଦୁର୍ବୁତ୍ତ | ସୁନା ଚେନ ଲୁଟ ଘଟଣା ବିଷୟରେ ବାଙ୍କୀ ଥାନାରେ ଏତଲା ଦେଲେ ସ୍ୱାମୀ ଓ ସ୍ତ୍ରୀ ! ବାଙ୍କୀ ପୋଲିସ ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି ! ଦୁର୍ବୁତ୍ତ ଦୁଇ ଜଣ ଶବର ସହି ଛକ ନିକଟରେ ମହିଳା ଙ୍କ ମୁହଁକୁ ମୁଥା ମାରି ଚଳନ୍ତା ଗାଡ଼ିରୁ ବେକରେ ପିନ୍ଧିଥିବା ସୁନା ଚେନ ଚିଣ୍ଡାଇ ନେଇ ପଳାଇ ଯାଇଥିଲେ | ବାଙ୍କୀ ରେ ଦିନକୁ ଦିନ ଚୋରୀ ବଢ଼ି ଚାଲିଚି ଏବଂ ବାଙ୍କୀ ପୋଲିସ ପ୍ରଶାସନ ସାଜିଛି ନିରବ ଦ୍ରଷ୍ଟା |
ଚଳନ୍ତା ଗାଡ଼ିରୁ ମହିଳାଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ଫେରାର ହେଲେ ଦୁଇ ଦୁର୍ବୁତ୍ତ !!!

