ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଅନ୍ତର୍ଗତ ପେକଟ ଗାଁର ୭୦ ବର୍ଷୀୟ କାର୍ତ୍ତିକ ଶବର ଓ ପୁଅ ରାଜିକ ଶବର ଚାଷ ଜମିକୁ ଯାଇଥିଲେ । ଆଉ ଜମିରୁ ଘରକୁ ଫେରିବା ସମୟରେ ବର୍ଷା ହେଉଥିବା ବେଳେ ଗଛ ତଳେ ସାହାରା ନେଇଥିଲେ । ସେହି ସମୟରେ ଭୂସ୍ଖଳନ ହୋଇଥିଲା । ସେଇଠି ବାପପୁଅ ମାଟି କାଦୁଅରେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ମାନ୍ୟବର ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ମହୋଦୟ ସେହି ସ୍ଥାନ କୁ ଯାଇ କେଉଁ ଭଳି ଉଦ୍ଧାର କାର୍ଯ୍ୟ ଚାଲିଛି ଦେଖିବା ସହ , ପରିବାର ବର୍ଗ ଙ୍କ ପାଖକୁ ଯାଇ ସେମାନଙ୍କୁ ସମବେଦନା ଜଣାଇଛନ୍ତି ! ଯଥା ଶୀଘ୍ର ଉଦ୍ଧାର କାର୍ଯ୍ୟ ହେବ ବୋଲି ମାନ୍ୟବର ମନ୍ତ୍ରୀ ଜଣାଇଛନ୍ତି ।
ଭୁସ୍କଳନ ସ୍ଥାନ ପରିଦର୍ଶନ କଲେ ପରିବହନ, ବାଣିଜ୍ୟ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା !!!

