କନ୍ଦରପୁର କୃଷକ ସମବାୟ ସମିତି ଦୁର୍ନୀତି କୁ ତୀବ୍ର ବିରୋଧ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କନ୍ଦରପୁର କୃଷକ ସମବାୟ ସମିତି ଦୁର୍ନୀତି କୁ ତୀବ୍ର ବିରୋଧ । ପ୍ରତିବାଦରେ ଆସନ୍ତା ମାସ ମେ’ ୭ ତାରିଖରୁ ଆମରଣ ଅନଶନରେ ବସିବେ ରାଜ୍ୟ ଭାଜପା ସମବାୟ ସେଲ୍ ସଂଯୋଜିକା ତଥା ନାରୀନେତ୍ରୀ ପ୍ରତିଭା ଶତପଥୀ । କଟକ ସଦର କନ୍ଦରପୁର କୃଷକ ସମବାୟ ସମିତିରେ ୧୫୩ ଜଣ ସଞ୍ଚୟକାରୀଙ୍କ ଟଙ୍କା ସମିତି ର ମିନି ବ୍ୟାଙ୍କରେ କୋଷାଧ୍ୟକ୍ଷ ଥିବା ଦୀପ୍ତି କୁମାର ପଟ୍ଟନାୟକ ଲୋକଙ୍କ ଜମା ଖାତାରୁ ଅଶୀ ଲକ୍ଷ ଟଙ୍କା ହଡ଼ପ କରି ଫେରାର ଅଛନ୍ତି । ବାରମ୍ବାର ଉପରିସ୍ଥ ଅଧିକାରୀ ଏବଂ ମିନି ବ୍ୟାଙ୍କ କର୍ମଚାରୀ ମାନଙ୍କୁ ଜଣାଇଲା ପରେ ମଧ୍ୟ କୌଣସି ପଦକ୍ଷେପ ନିଆ ନଯିବା ଦୁର୍ଭାଗ୍ୟ ଜନକ,ଏହାର ପ୍ରତିବାଦରେ ଚାଷୀମାନେ ଆଗାମୀ ଦିନରେ ସମବାୟ ସମିତି ନିର୍ବାଚନରେ ଅଂଶ ଗ୍ରହଣ ନକରିବାକୁ ନିଷ୍ପତି ନେଇଛନ୍ତି । ସମିତିର ପୂର୍ବତନ ସଭାପତି ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିଭା ଶତପଥୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ – କଟକ ଜିଲ୍ଲା ସମବାୟ ସଂଯୋଜକ ବନ୍ଧୁ ଚରଣ ସାହୁ, ସିସିଭି କଟକ ଜିଲ୍ଲା ସଂଯୋଜକ ବିଜୟ ରାଉତରାୟ, ବାଙ୍କୀ ସିସିଭି ସଂଯୋଜକ ଅଜୟ ମୁଦୁଲି, ସଦର ସମବାୟ ସଂଯୋଜକ କ୍ଷୀରୋଦ ଦଳାଇ, ସହ ସଂଯୋଜକ ବିପିନ୍ ପଣ୍ଡା ପ୍ରମୁଖ ମାନ୍ୟବର ଜିଲ୍ଲାପାଳ, ଡିସିପି ଏବଂ ରାଜ୍ୟ କୋଅପରେଟିଭ ନିର୍ବାଚନ କମିଶନରଙ୍କୁ ଦାବିପତ୍ର ଦେବା ସହ ସମସ୍ୟାର ସମାଧାନ ନହେଲେ ଆସନ୍ତା ମାସ ସାତ ତାରିଖ ଠାରୁ ଆମରଣ ଅନଶନରେ ବସିବାକୁ ସମୂହ ସ୍ଥିର କରାଯାଇଥିବା କଥା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *