ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ଅଛନ୍ତି ବାଙ୍କୀ ଏନଏସି ର ୧୧ନଂ ୱାର୍ଡର ବାସିନ୍ଦା !! ପାନୀୟ ଜଳ ଯୋଗାଣ ପାଇଁ ଦୀର୍ଘ ତିନି ବର୍ଷ ତଳୁ ନିର୍ମାଣ କାମ ଆରମ୍ଭ ହୋଇଥିଲେବି ଏବେ ସୁଦ୍ଧା ସରିନାହିଁ ପ୍ରକଳ୍ପ . ବାଙ୍କୀର ଆରାଧ୍ୟ ଦେବୀ ମା ଚର୍ଚ୍ଚିକା ଠାକୁରାଣୀଙ୍କ ପୀଠ ସଲଗ୍ନ ଏହି ୱାର୍ଡରେ ଆଜକୁ ତିନି ବର୍ଷ ତଳେ ଏକ ଲକ୍ଷ ଗ୍ୟାଲନ କ୍ଷମତା ବିଶିଷ୍ଟ ପାଣି ଟାଙ୍କି ନର୍ମାଣ କାମ ଆରମ୍ଭ ହୋଇଥିଲା . ମା’ ଙ୍କ ମନ୍ଦିର ସମେତ ଏହାର ପାଖକୁ ଲାଗି ରହିଥିବା ୱାର୍ଡକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାପାଇଁ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଓ କଟକ ଲୋକସଭା ସାଂସଦ ଭତ୍ତୃହରି ମହତାବ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ଦ୍ୱାରା ବହୁ ତାମଝାମରେ ପ୍ରକଳ୍ପର ଶିଳାନ୍ୟାସ ଫଳକ ଉଦଘାଟନ ହୋଇଥିଲା . କିନ୍ତୁ କେବଳ ଫଳକ ମାରିଦେଇ ବାହାବାହା ନେବାପାଇଁ ତାହା କରାଯାଇଥିଲା ବୋଲି ଅନୁଭବ କଲେଣି ସ୍ଥାନୀୟ ବାସିନ୍ଦା । ପାଣିଟାଙ୍କିର ଅଚଳାବସ୍ଥା ଯୋଗୁଁ ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇବା ପାଇଁ ବଞ୍ଚିତ ହେଉଥିବା ସହ ପ୍ରକଳ୍ପର ଚତୁପାଶ୍ୱର୍ରେ ଘଞ୍ଚଜଙ୍ଗଲ ରେ ଭର୍ତ୍ତି ହୋଇ ଅନାବନା ଗଛ ସବୁ ଉଠିଯାଇଅଛି । ଏନେଇ ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏହାକୁ କର୍ଣ୍ଣପାତ କରୁନାହାନ୍ତି ।ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନର ପନ୍ଥା ଆପଣେଇବେ ବୋଲି ଶତାଧିକ ମହିଳା ଓ ପୁରୁଷ ଚେତାବନୀ ଦେଇଛନ୍ତି .