ପରୀକୁ ନ୍ୟାୟ ଦାବୀରେ ନୟାଗଡ ବିଜେପିର ଗଣଧାରଣା !!!

0
236

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ସଦର ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଯଦୁପୁର ଗ୍ରାମର ପରୀ ଅପହରଣ ଓ ହତ୍ୟା ଘଟଣା କୁ ନେଇ ଦିନକୁ ଦିନ ଦୃଢ ହେବାରେ ଲାଗିଛି ପ୍ରତିବାଦର ସ୍ୱର . ରାଜ୍ୟର ରାଜଧାନୀ ଠାରୁ ଆରମ୍ଭ କରି ଦେଶର ରାଜଧାନୀ ପର୍ଯ୍ୟନ୍ତ ଗଲାଣି ଘଟଣା । ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ଅଧ୍ୟକ୍ଷତାରେ ବିଜେପିର ଏକ ଟିମ ପରୀର ପରିବାର ସହିତ ସାକ୍ଷାତ କରିବା ସହ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବି କରିଛି । କୃଷି ମନ୍ତ୍ରୀ ଇସ୍ତଫା ଓ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ନ ହେବା ପର୍ଯ୍ୟନ୍ତ ବିଜେପି ନୟାଗଡ଼ ଜିଲ୍ଲା ଶାଖା ତରଫରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଡ଼ାକରା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here