ବିକଟାଳ ଶବ୍ଦ ପ୍ରଦୂଷଣ ଓ ଦ୍ରୁତ ଗାଡି ଚାଳନା କରୁଥିବା ଗାଡ଼ି କୁ ଜବତ କଲା ବାଣପୁର ପୋଲିସ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳ ରେ ଅମାନିଆ ବାଇକ ଚାଳକ ଦୌରାତ୍ମ୍ୟ ରେ ଜନ ସାଧାରଣ ଅତିଷ୍ଠ ହେଉଥିବାର ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା. ଅନେକ ବାଇକ ଚାଳକ ଙ୍କ ର ଡ୍ରାଇଭିଂ ଲାଇସେନ୍ସ ନଥିବା ବେଳେ କେତେକ ନିଜ ବାଇକ କୁ ଅପ ଗ୍ରେଡ଼ କରି ବିକଟାଳ ଶବ୍ଦ ସୃଷ୍ଟି କରି ପଥଚାରି ଙ୍କୁ ଶଙ୍କିତ କରୁଥିବା ଏବଂ କେତେକ ଦ୍ରୁତ ଗାଡି ଚଳାଇ ଦୁର୍ଘଟଣା ଟଣାଇ ଅନେକ ଙ୍କୁ ଆଘାତ ଦେଉଥିବା ର ବହୁ ଅଭିଯୋଗ ରହି ଆସୁଥିଲା. ଦୀର୍ଘ ଦିନ ଧରି ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ ଥିବା ବେଳେ ଆଜି ବାଣପୁର ପୋଲିସ ପକ୍ଷରୁ ଏକ ବିଶେଷ ଅଭିଯାନ କାରାଯାଇ ବିକଟାଳ ଶବ୍ଦ କରୁଥିବା, ଦ୍ରୁତ ଗାଡି ଚାଳନା ଏବଂ ଲାଇସେନ୍ସ ନଥାଇ ଗାଡି ଚାଲୁଥିବା ଅଭିଯୋଗ ରେ ୫ ଟି ମୋଟର ସାଇକେଲ ଜବତ କରାଯାଇଛି। ପୋଲିସ ର ଏହି କାର୍ଯ୍ୟାନୁଷ୍ଠାନ ରେ ବହୁ ଗାଡି ଏବଂ ଏହାର ଚାଳକ ମାନେ ଛାତ୍ରଭଙ୍ଗ ଦେଇ ଲୁଚି ଯାଇଥିବା ଜଣା ପଡିଛି. ପୋଲିସ ର ଏହିଭଳି ଅଭିଯାନ ନିୟମିତ ଜାରି ରଖିବା ପାଇଁ ସାଧାରଣ ରେ ଦାବି ହେଉଛି ।।

Leave a Reply

Your email address will not be published. Required fields are marked *