ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ସମସ୍ତ ୱାର୍ଡ ଓ ବାଣପୁର ବ୍ଲକ ର ୧୩ ନମ୍ବର ଜୋନ ଦାମିଆ ବରବରା, ନୀଳାଦ୍ରି ପ୍ରସାଦ, ଭବାନୀ ପୁର, ତୁମୁରା ପୁଟ ଓ ଭେଟଶ୍ୱର ପଞ୍ଚାୟତର କର୍ମକର୍ତ୍ତା ଓ କର୍ମୀ ଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ବାଣପୁର ପଲଟଣ ପଡିଆ ସ୍ଥିତ ସହିଦ କୃତିବାସ ଭବନ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଆୟୋଜିତ ପ୍ରଶିକ୍ଷଣ ଶିବିର କୁ ବିଜେଡି ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ରାଜା ଚକ୍ର ପରିଚାଳନା କରିଥିବା ବେଳେ ତୃଣ ମୂଳ ସ୍ତରରେ ଦଳକୁ ଆଗାମୀ ଦିନରେ ମଜବୁତ୍ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା ! ପ୍ରଶିକ୍ଷକ ଭାବେ ଭୁବନେଶ୍ଵର ଶଙ୍ଖ ଭବନ ରୁ ଆସିଥିବା ଦୁଇ ବିଜେଡି ମୁଖ ପାତ୍ର ସୋଫିଆ ଆଲମ, ଲୋରା ମହାପାତ୍ର ଯୋଗ ଦେଇଥିଲେ ! ଅନ୍ୟ ମାନଙ୍କ ମଧ୍ୟରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ, ଉପାଧ୍ୟକ୍ଷା ପ୍ରାଚୀପ୍ରଭା ସ୍ୱାଇଁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଜିଲ୍ଲା ପୁରୀ ସାଂସଦ ପ୍ରତିନିଧି ମାନସ ରଞ୍ଜନ ପ୍ରଧାନ ଙ୍କ ସମେତ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ସମସ୍ତ ବିଜେଡି କାଉନସିଲ ର ଓ ବିଭିନ୍ନ ପଞ୍ଚାୟତ ର ବିଜେଡି ସରପଞ୍ଚ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ୪୦୦ ରୁ ଉର୍ଦ୍ଧ କର୍ମୀ ସାମିଲ ହୋଇଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ କିଭଳି ଅଧିକା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବାର୍ତା ଓ ଜନହିତକର ଯୋଜନା ଲୋକଙ୍କ ନିକଟତର ହେବ ଓ ତାର ପ୍ରଚାର ପ୍ରସାର ହେବ ସେଥି ପାଇଁ ଏହି ପ୍ରଶିକ୍ଷଣ ଶିବିର ବାଣପୁର ରେ ଦୁଇଦିନ ଧରି ଆୟୋଜିତ ହୋଇଥିଲା ।
ଚିଲିକା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ପ୍ରଶିକ୍ଷଣ ଶିବିର !!!

