ନୟାଗଡ କଂଗ୍ରେସର ଜଗନ୍ନାଥ ମନ୍ଦିରରେ ସଂକୀର୍ତନ ସତ୍ୟାଗ୍ରହ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ପୁରୀ ଶ୍ରୀମନ୍ଦିର ଜଗନ୍ନାଥ ଦର୍ଶନ ନିମନ୍ତେ ଚାରି ଦୁଆର ଖୋଲାଯିବା, ରତ୍ନଭଣ୍ଡାର ଖୋଲି ଦିଅଁଙ୍କ ଦୁର୍ଲ୍ଲଭ ଧନସମ୍ପତ୍ତି ଅଳଙ୍କାର ଗଣତି ଏବଂ ରତ୍ନଭଣ୍ଡାର ମରାମତି ଏବଂ ବେଦାନ୍ତ କମ୍ପାନୀ ଦ୍ୱାରା ଅଧିଗ୍ରହଣ କରାଯାଇ ଥିବା ପ୍ରଭୁ ଜଗନ୍ନାଥଙ୍କ ଅମୃତମଣୋହି ଜମିକୁ ରୟିତଙ୍କୁ ତୁରନ୍ତ ଫେରାଇବା ଦାବିରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ନୟାଗଡ କଂଗ୍ରେସ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ବେଢାରେ ସାମୁହିକ ପ୍ରଦୀପ ପ୍ରଜ୍ବଳନ କରି ସଂକୀର୍ତନ ସତ୍ୟାଗ୍ରହ ଆୟୋଜନ କରାଯାଇ ଥିଲା l ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶଙ୍କ ନେତୃତ୍ୱରେ ଆୟୋଜିତ ଏହି ଅଧ୍ୟାତ୍ମିକ କାର୍ଯ୍ୟକ୍ରମରେ ପ୍ରଦେଶ କିସାନ ସେଲ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ, ନୟାଗଡ ବ୍ଲକ କଂଗ୍ରେସ ସଭାପତି ଫକୀର ଚରଣ ମଲ୍ଲ, ଓଡଗାଁ ବ୍ଲକ କଂଗ୍ରେସ ସଭାପତି ପୂର୍ଣଚନ୍ଦ୍ର ନାୟକ, ଜିଲ୍ଲା ମହିଳା କଂଗ୍ରେସ ସଭାପତି ସସ୍ମିତା ଦାଶ, ନୂଆଗାଁ ବ୍ଲକ କଂଗ୍ରେସ ସଭାପତି ଅଶୋକ ନାୟକ, ସେବାଦଳ ସଂଗଠକ ବିମଳ ଦାଶ, ଜିଲ୍ଲା କଂଗ୍ରେସ ମେଡ଼ିଆ ସଂଯୋଜକ ବୃନ୍ଦାବନ ନାୟକ,ବରିଷ୍ଠ କଂଗ୍ରେସ ନେତା ହୁସେନ ଖାନ, ମନୋଜ ସାହୁ, ପ୍ରମୋଦ ରଥ, ବିଭୁତି କୁମାର ରଥ, ବ୍ରଜକିଶୋର ଲେଙ୍କା, ଅର୍ଜୁନ ଜେନା, ଚିତ୍ତରଞ୍ଜନ ବଳବନ୍ତରାୟ, ଜଗନ୍ନାଥ ଦଳେଇ, ଭଗବାନ ମଳିକ,ପୂର୍ଣ୍ଣଚନ୍ଦ୍ର ଶାନ୍ତ, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ପ୍ରତୀକ ମହାପାତ୍ର, ଜିଲ୍ଲା ଯୁବକଂଗ୍ରେସ ସଭାପତି ଯଶୋଦା କାଣ୍ଡି ପ୍ରମୁଖଙ୍କ ସମେତ ଶତାଧିକ ଯୁବ ଛାତ୍ର ମହିଳା କଂଗ୍ରେସ ଦଳୀୟ କାର୍ଯ୍ୟକର୍ତା ପ୍ରମୁଖ ଏହି ସଂକୀର୍ତନ ସତ୍ୟାଗ୍ରହ ଭଳି ଅଭିନଵ ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରସାଦ ସେବନ କରିଥିଲେ l

Leave a Reply

Your email address will not be published. Required fields are marked *