ବିଦ୍ୟାଳୟ ନାମ ପରିବର୍ତ୍ତନ କୁ ନେଇ ଦୁଇ ଗ୍ରାମବାସୀ ମୁଁହାମୁହିଁ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ନାମରୁ ଗ୍ରାମ ନାମ କଟିବାକୁ ନେଇ ବଢିବାକୁ ଲାଗିଛି ଜନ ଅସନ୍ତୋଷ ! ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ବେତରଜଙ୍ଗ ଗ୍ରାମରେ ଅବସ୍ଥିତ ବାଲୁଙ୍କେଶ୍ୱର ଦେବ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ , ଶଗଡ଼ ଭଙ୍ଗା , ବେତରଜଙ୍ଗ ସ୍କୁଲ ନାମରୁ ବେତରଜଙ୍ଗ ଗ୍ରାମ ନାମ କଟିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବେତରଜଙ୍ଗ ଗ୍ରାମବାସୀ ! ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ବେତରଜଙ୍ଗ ରାଜସ୍ବ ଗ୍ରାମରେ ଅବସ୍ଥିତ ବାଲୁଙ୍କେଶ୍ୱର ଦେବ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ନାମକରଣକୁ ନେଇ ଉଠିଛି ଝଡ଼ I ବେତରଜଙ୍ଗ ରାଜସ୍ବ ଗ୍ରାମରେ ଉକ୍ତ ବିଦ୍ୟାଳୟଟି ଥିବାରୁ ଗ୍ରାମବାସୀ ମାନେ ବିଦ୍ୟାଳୟର ନାମକୁ ବାଲୁଙ୍କେଶ୍ୱର ଦେବ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ, ବେତରଜଙ୍ଗ ଚାଁହୁଥିବା ବେଳେ, ଅପର ପକ୍ଷେ ଶଗଡ଼ଭଙ୍ଗା ଗ୍ରାମର ଅଧିକାଂଶ ଛାତ୍ରଛାତ୍ରୀ ଉକ୍ତ ବିଦ୍ୟାଳରେ ପଢୁଥିବାରୁ ଶଗଡ଼ଭଙ୍ଗାର ଗ୍ରାମବାସୀ ମାନେ ସେହି ବିଦ୍ୟାଳୟର ନାମକୁ ବାଲୁଙ୍କେଶ୍ୱର ଦେବ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ,ଶଗଡ଼ଭଙ୍ଗା ରଖିବାକୁ ଚାଁହୁଛନ୍ତି I ଏପରିସ୍ଥଳେ ଉଭୟ ଗ୍ରାମବାସୀଙ୍କୁ ବେଗୁନିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା, ବେତରଜଙ୍ଗ ଗ୍ରାମ ନାମରେ ବିଦ୍ୟାଳୟର ନାମକୁ ନାମିତ କରିବାକୁ ମତବ୍ୟକ୍ତ କରିଥିବା ବେଳେ, ଶଗଡ଼ଭଙ୍ଗାର ଉତ୍ୟକ୍ତ ଲୋକେ ଶିକ୍ଷା ଅଧିକାରୀଙ୍କୁ ସ୍କୁଲ ଘରେ ତାଲା ପକାଇଥିଲେ I ଏହି ପରିସ୍ଥିତିରେ ବେଗୁନିଆ ତହସିଲଦାର ପୋଲିସ ସହାୟତାରେ ଶିକ୍ଷା ଅଧିକାରୀ ଙ୍କୁ ଉଦ୍ଧାର କରିଥିଲେ I ଏହାପରେ ବେତରଜଙ୍ଗର ଗ୍ରାମବାସୀ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି I ଯାହାର ଫଳ ସ୍ୱରୂପ ଉକ୍ତ କେସ, ଉଚ୍ଚ ନୟାଳୟରେ ବିଚାରଧୀନ ଅଛି I କିନ୍ତୁ ଗତ ୮ ତାରିଖ ରେ ଏକ ଦୈନିକ ଖବର କାଳରେ – କେସ ଫଇସଲା ହୋଇ ବିଦ୍ୟାଳୟର ନାମ ବାଲୁଙ୍କେଶ୍ୱର ଦେବ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ,ଶଗଡ଼ଭଙ୍ଗା ରଖାଗଲା ବୋଲି ଖବର ପ୍ରକାଶ ପାଇଥିଲା I ଯାହାଫଳରେ ବେତରଜଙ୍ଗ ଗ୍ରାମବାସୀ ଉକ୍ତ ମିଥ୍ୟା ଖବରକୁ ଦୃଢ଼ ନିନ୍ଦା କରିଛନ୍ତି I

Leave a Reply

Your email address will not be published. Required fields are marked *