ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଚିଲିକା ରିପୋର୍ଟର ଆସୋସିଏସନ ତରଫରୁ ଆୟୋଜିତ ହେବାକୁ ଯାଉଛି ରକ୍ତଦାନ ଶିବିର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଚିଲିକା ରିପୋର୍ଟର ଆସୋସିଏସନ ତରଫରୁ ଆୟୋଜିତ ହେବାକୁ ଯାଉଛି ରକ୍ତଦାନ ଶିବିର । ଜାତୀୟ ପ୍ରେସ ଦିବସ ଉପଲକ୍ଷେ ଏକ ରକ୍ତଦାନ ଶିବିର ଚିଲିକା ରିପୋର୍ଟରସ ଆସୋସିଏସନ ତରଫରୁ ଆସନ୍ତା ଗୁରୁବାର ୧୬/୧୧/୨୦୨୩ ରିଖ ଦିନ ବାଣପୁର ସହିଦ କୃତିବାସ ଭବନ ପରିସର ଠାରେ ସକାଳ ୧୦ ଘଟିକା ସମୟରେ ଆୟୋଜନ କରାଯିବା ପାଇଁ ସ୍ଥାନୀୟ ରଙ୍କନାଥ ଦେବ ଙ୍କ ମନ୍ଦିର ରେ ସୋମବାର ସନ୍ଧ୍ୟା ରେ ଚିଲିକା ରିପୋର୍ଟରସ ଆସୋସିଏସନ ତରଫରୁ ଆୟୋଜିତ ଏକ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ବୈଠକ ରେ ସଂଘ ର ସଭାପତି ସୁନୀଲ କୁମାର ସୁବୁଦ୍ଧି, ସମ୍ପାଦକ ଅମିତାଭ ପାଟଯୋଶୀ, ସଦସ୍ୟ ନୃସିଂହ ପ୍ରସାଦ ମିଶ୍ର, ପୁରୁଷୋତ୍ତମ ମହାପାତ୍ର, ହିମାଳୟ ଶତପଥି, ଶେଖ ମୋଇନୁଲ ହକ, ରାକେଶ ସାହୁ, ସୁଜ୍ଞାତ ତ୍ରିପାଠୀ, ସେକ ରୌଶନ, ସେକ ଶୈକତ, ଅନନ୍ତ ଚରଣ ବାରିକ, ଦିଲ୍ଲୀପ କୁମାର ସ୍ୱାଇଁ, ପ୍ରବୋଧ କୁମାର ବିଶ୍ୱାଳ,ସନ୍ତୋଷ ମହାନ୍ତି, ସଞ୍ଜୟ ପ୍ରଧାନ, ଶଙ୍କର ବସ୍ତି ପ୍ରମୁଖ ଉପସ୍ଥିତ ଥିଲେ ! ରକ୍ତଦାନ କରିବା ପାଇଁ ଇଛୁକ ବ୍ୟକ୍ତି ମାନେ ୮୧୩୦୯୩୧୯୯୮,୮୨୪୯୬୫୦୪୭୬ ନମ୍ବର ରେ ଯୋଗାଯୋଗ କରିବାକୁ ଅନୁରୋଧ ।।

Leave a Reply

Your email address will not be published. Required fields are marked *