ନନ୍ଦିପୁର ଶାସନରେ ସପ୍ତ ଦିବସୀୟ ପୀଠ ଦକ୍ଷିଣ କାଳୀ ପୂଜନୋତ୍ସବ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଦୀର୍ଘ ୧୫୦ ବର୍ଷରୁ ଉର୍ଦ୍ଧ୍ବ ବର୍ଷ ଧରି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ନନ୍ଦିପୁର ଶାସନ ଗ୍ରାମରେ ଦୁଇଟି ପୀଠରେ ପୀଠ ଦକ୍ଷିଣ କାଳୀଙ୍କର ପୂଜନୋତ୍ସବ ବିଧି ଅନୁଯାୟୀ ପ୍ରଚଳିତ ହୋଇ ଆସୁଅଛି । ପବିତ୍ର ଦୀପାବଳି ଦିନ ଅର୍ଦ୍ଧରାତ୍ରରେ ଘଟ ଉତ୍ତୋଳନ ଏବଂ ଜଳଯାଗ ଯାତ୍ରା ସହ ଏହି କାର୍ଯ୍ୟ ସମାପନ ହୋଇଥିଲା । ଦାଣ୍ଡ ଦକ୍ଷିଣ କାଳୀ (ବଡ କାଳୀ) ପୀଠରେ ଆଚାର୍ଯ୍ୟ ଭାବରେ ଅଧ୍ୟାପକ ଡଃ ଚିନ୍ମୟ ଦାଶ, ଅଶୋକ କୁମାର ଶତପଥୀ ଯୋଗଦାନ କରିଥିଲେ । କୁଳମଣୀ ଶତପଥୀ ଓ ସଂଗୀତା ଶତପଥୀ ପୂଜନୋତ୍ସବ କର୍ମର ମୁଖ୍ୟକର୍ତ୍ତା ଭାବରେ ଦାୟୀତ୍ଵ ତୁଲାଇଥିଲେ। ଏଥିଲେ ସନ୍ତୋଷ ଶତପଥି, ମନୋଜ ଶତପଥି, ମୋହନ ଶତପଥି, ଗୀତାଞ୍ଜଳି ଶତପଥୀ, କାହ୍ନୁ ଚରଣ ଶତପଥି, ମନ୍ମଥ ଶତପଥୀ, ଶଶିକାନ୍ତ ଶତପଥି, ରଜନୀ କାନ୍ତ ଶତପଥି ଆଦି ସହଯୋଗ କରିଥିଲେ। ସେହିପରି ସାନ କାଳୀ ପୀଠରେ କର୍ତ୍ତା ଅକ୍ଷୟ ଶତପଥି ଓ ଉମା ରାଣୀ ଶତପଥୀଙ୍କ ପୂଜାନୋତ୍ସବ କର୍ମରେ ଆଚାର୍ଯ୍ୟ ଭାବରେ ବରିଷ୍ଠ ଶିକ୍ଷାବିତ୍ ରମାକାନ୍ତ ଶତପଥୀ ଆଚାର୍ଯ୍ୟ ଭାବରେ ଯୋଗଦାନ କରିଥିଲେ । ଏଥିରେ ଚନ୍ଦ୍ରହାସ ଶତପଥି, ପ୍ରକାଶ ଚନ୍ଦ୍ର ଶତପଥି, ବିନୋଦ ଶତପଥି , ଶରତ ଚନ୍ଦ୍ର ଶତପଥି, ବସନ୍ତ ଶତପଥି, କାଳୀ ପ୍ରସନ୍ନ ଶତପଥି , ବିଭୁଦତ୍ତ ଶତପଥୀ ଆଦି ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *