ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବହୁଚର୍ଚ୍ଚିତ ନୟାଗଡ଼ ପରୀ ଅପହରଣ ଓ ହତ୍ୟା ଘଟଣାରେ କଂଗ୍ରେସ ଦଳ ପକ୍ଷରୁ ପରୀ କୁ ନ୍ୟାୟ ଦାବିରେ ବାହାରି ଥିବା “ପରୀ ନ୍ୟାୟ ରଥ” ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରୁ ବାହାରି ବାରବାଟି, ଗୋବିନ୍ଦ ପୁର, ଗଦାଧର ପ୍ରସାଦ, ଚମ୍ପତିପୁର , ଇଟାମାଟି, ବଡ ପଣ୍ଡୁସର, ବାଉଁଶିଆପଡା , ଜହ୍ନିପଦା, ବିରୁଡା, ଇକିରି, କେନ୍ଦୁଢିପି, ନୋତର, ଗମ୍ଭାଢୀ, ଲାଠିପଡା, ରାଜପାଟଣା, କାଳିକା ପ୍ରସାଦ, ଖୁଣ୍ଟୁବନ୍ଧ, ନଡିଆଳି, ମାଛିପଡା, ଲେଙ୍କୁଡିପଡା ଆଦି ଗ୍ରାମରେ ସଚେତନତା କରାଇବା ସହ ମହାମହିମ ରାଷ୍ଟ୍ରପତିଙ୍କୁ ଦାବି ଜଣାଇବା ପାଇଁ ତିନି ହଜାର ସ୍ୱାକ୍ଷର ସଂଗ୍ରହ କରିଛି । ପରୀ କୁ ନ୍ୟାୟ ଦାବିରେ ଜିଲ୍ଲା କଂଗ୍ରେସର ପରୀ ନ୍ୟାୟ ରଥ କୁ ଗ୍ରାମାଞ୍ଚଳରେ ବିପୁଳ ସମର୍ଥନ ସହିତ ସ୍ୱତଃ ପ୍ରବୃତ୍ତ ଭାବେ ଲୋକେ ଦସ୍ତଖତ ଅଭିଯାନରେ ସାମିଲ ହେଉଥିବା କଥା ଜିଲ୍ଲା କଂଗ୍ରେସ ସଭାପତି ରଞ୍ଜିତ ଦାସ ଜଣାଇଛନ୍ତି ।