କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କେନ୍ଦ୍ର ସରକାର ନୂତନ କୃଷି ଆଇନ ଆଣିବା ପରେ ସମଗ୍ର ଦେଶରେ ଏବେ ଚାଷୀ ଅଶାନ୍ତି . ଦିଲ୍ଲୀରୁ ପଲ୍ଲୀ ସବୁଠି ତେଜୁଛି କଳା କୃଷି ଆଇନ ବିରୁଦ୍ଧରେ ନିଆଁ । ବିଭିନ୍ନ ଦଳ ଏବଂ ସଙ୍ଗଠନର ନିନ୍ଦା , ପ୍ରତିବାଦ ସମୟରେ କହିଲେ ବିଜେଡି ସରକାର ଦୋ ମୁହାଁ । କେନ୍ଦ୍ର ସରକାରଙ୍କ କୃଷିମାରଣ ନୀତିକୁ ନେଇ ଦିଲ୍ଲୀରୁ ପଲ୍ଲୀ ଏବେ ସବୁଠି ବିଦ୍ରୋହର ନିଆଁ । ଆଜି କଟକରେ କେନ୍ଦ୍ର ସରକାରଙ୍କ ଏହି କଳା କୃଷି ଆଇନକୁ ବିରୋଧ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ ଏବଂ ସଂଗଠନ । କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏସୟୁସିଆଇ, କଟକ ନଗର କଂଗ୍ରେସ , ସିପିଆଇ , ସିପିଏମ , ନବନିର୍ମାଣ କୃଷକ ସଙ୍ଗଠନର ଶହଶହ କର୍ମକର୍ତ୍ତା ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କେନ୍ଦ୍ର ସରକାରଙ୍କର ଜନ ବିରୋଧୀ, କୃଷିବିରୋଧୀ ଏବଂ ଖାଉଟି ବିରୋଧୀ ଆଇନକୁ ତୀବ୍ର ନିନ୍ଦା କରାଯିବ ସହ ତୁରନ୍ତ ଏହାର ପ୍ରତ୍ୟାହାର ଦାବିରେ ଆଜି ଏହି ରାଜନୈତିକ ଦଳ ଏବଂ ସଙ୍ଗଠନ ର କର୍ମକର୍ତ୍ତାମାନେ ଗୁରୁ ଗର୍ଜନ କରିଥିଲେ । ଅନ୍ୟପଟେ ଏ ନେଇ ରାଜ୍ୟ ବିଜେଡି ସରକାର ମୌନ ଥିବାରୁ ସେଥିପାଇଁ ବିଜେଡି ସରକାରଙ୍କୁ ଦୋ ମୁହାଁ ବୋଲି କହି ସମାଲୋଚନା କରିଥିଲେ । କେନ୍ଦ୍ର ସରକାରଙ୍କର ଏହି ନୀତି ଆଗତ ସମୟରେ ଗୋଟିଏ ସଦନରେ ବିଜେଡି ସଦସ୍ୟ ସମର୍ଥନ କରିଥିବାବେଳେ ଅନ୍ୟ ସଦନରେ ଏମାନେ କକ୍ଷତ୍ୟାଗ କରିଥିଲେ । ଯେଉଁଥିରୁ ସ୍ପଷ୍ଟ ଯେ କେନ୍ଦ୍ର ସରକାରଙ୍କ ଏହି କୃଷି ବିରୋଧୀ ଆଇନକୁ ମୌନ ରହି ବିଜେଡି ସରକାର ଏକ ପ୍ରକାର ସମର୍ଥନ କରିଛନ୍ତି ।