ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜଧାନୀର ପୁରୁଣା ଭୁବନେଶ୍ୱର ଭୀମଟାଙ୍ଗୀ ବାସିନ୍ଦା ଆରତୀ ଦାସଙ୍କର ସ୍ୱାମୀଙ୍କର ଅକାଳ ବିୟୋଗ ପରେ ତାଙ୍କ ପରିବାର ଉପରକୁ ମାଡି ଆସିଥିଲା ଦୁଃଖ ଓ ଯନ୍ତ୍ରଣା . ଆରତୀଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇ ସହାୟତା କରିବାକୁ ଆଗେଇ ଆସିଥିଲେ ସ୍ଥାନୀୟ ନିର୍ଭୟା ଚ୍ୟାରିଟେବଲ ଟ୍ରଷ୍ଟର ସଦସ୍ୟା . ଏହା ସହ ଟ୍ରଷ୍ଟର କିଛି ସଭ୍ୟା ସାମାଜିକ ଗଣମାଧ୍ୟମରେ ଏକଥା ପୋଷ୍ଟ କରି ସହାୟତା ପାଇଁ ନିବେଦନ କରିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରୁ ସାମାଜିକ କର୍ମୀ ଏବଂ ଅନେକ ସହୃଦୟ ବ୍ୟକ୍ତି ତାଙ୍କୁ ସାହାଯ୍ୟ ସହଯୋଗ ପହଞ୍ଚାଇଥିବାର ଜଣାଯାଇଛି . ଅମ୍ବିକା ଫାଉଣ୍ଡେସନ ର ମୁଖ୍ୟ ଅମ୍ବିକା ମହାରଣା , ଡୁଡୁନ ଫାଉଣ୍ଡେସନର ବନ୍ଦନା ହରିଚନ୍ଦନ ପ୍ରମୂଖ ଆରତୀଙ୍କ ଘରେ ପହଞ୍ଚି ରାସନ ସାମଗ୍ରୀ , ଶୀତବସ୍ତ୍ର , ଶୁଖିଲା ଖାଦ୍ୟ ଏବଂ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି . ନିର୍ଭୟା ଚ୍ୟାରିଟେବଲ ଟ୍ରଷ୍ଟର ସଭାପତି ରିତୁରାଣୀ ସାସମଲ , ସମ୍ପାଦକ ସନ୍ଧ୍ୟାରାଣୀ ବିଶୋଇ ଆରତୀଙ୍କ ଘରେ ପହଞ୍ଚି ଟ୍ରଷ୍ଟ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ବରିଷ୍ଠ ସମାଜସେବୀ ତଥା ଲେଖିକା ଇତି ସାମନ୍ତଙ୍କ ପ୍ରଦତ୍ତ ସହାୟତାକୁ ଆରତୀଙ୍କ ପାଖରେ ପହଞ୍ଚାଇଛନ୍ତି .