ବାଙ୍କୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କଟକ ଜିଲ୍ଲା ସାମ୍ବାଦିକ ସଂଘର କାର୍ଯ୍ଯକାରିଣୀ ବୈଠକ । ରାଜ୍ୟ ସାମ୍ବାଦିକ ସଂଘ ଏସ ୟୁ ଜେ ସହ ଅନୁବନ୍ଧିତ କଟକ ଜିଲ୍ଲା ସାମ୍ବାଦିକ ସଂଘ ର କାର୍ଯ୍ୟକାରିଣୀ ବୈଠକ ବାଙ୍କୀ ବ୍ଲକ ଅନ୍ତର୍ଗତ ଅଂଶୁପା ହ୍ରଦ ନିକଟସ୍ଥ ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି । କଟକ ଜିଲ୍ଲା ସାମ୍ବାଦିକ ସଙ୍ଘର ସଭାପତି ରମେଶ ଚନ୍ଦ୍ର ପ୍ରଧାନ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସାମ୍ବାଦିକ ସଙ୍ଘର ସଭାପତି କୈଳାଶ ଚନ୍ଦ୍ର ନାୟକ ଯୋଗଦେଇ ସାମ୍ବାଦିକ ମାନଙ୍କୁ ଅବସର ପରେ ସ୍ୱାସ୍ଥ୍ୟ ବୀମା ଯୋଜନା ରେ ଅନ୍ତର୍ଭୁକ୍ତ କରିବା ସହିତ ମୃତ୍ୟୁ ପରେ ସର୍ବନିମ୍ନ ପନ୍ଦର ଲକ୍ଷ ଟଙ୍କା ର ସହାୟତା ରାଶି ମୃତ ସାମ୍ବାଦିକ ଙ୍କ ପରିବାର କୁ ପ୍ରଦାନ କରିବାକୁ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ । ରାଜଧାନୀ ଉପକଣ୍ଠରେ ରେ ସାମ୍ବାଦିକ ମାନଙ୍କ ପାଇଁ ଭବନ ନିର୍ମାଣ କରିବା ସହିତ ସାମ୍ବାଦିକ ସୁରକ୍ଷା ବିଲ ଆଣିବା ପାଇଁ ପାଇଁ ଦାବି ଉପସ୍ଥାପନ କରିଥିଲେ । ସମ୍ମାନିତ ଅତିଥି ଭାବେ ରାଜ୍ୟ ସଂଘ ଉପଦେଷ୍ଟା ରଘୁନାଥ ଆଚାର୍ଯ୍ୟ ଯୋଗଦେଇ ଜିଲ୍ଲାର ସଂଗଠନ କୁ ସୁଦୃଢ କରିବା ସହିତ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ରାଜ୍ୟ କୋଷାଧ୍ୟକ୍ଷ ଅଖିଲେଶ ପଦ ମହାନ୍ତି ଯୋଗଦେଇ ସାମ୍ବାଦିକ ମାନଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ଗୌର ଚରଣ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜିଲ୍ଲା ସମ୍ପାଦକ ଶୁଭେନ୍ଦୁ କୁମାର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଜିଲ୍ଲା ସଂଘର ବାର୍ଷିକ ଉତ୍ସବରେ ଏକ ସ୍ମରଣୀକା ପ୍ରକାଶ କରିବା ପାଇଁ ସ୍ଥିର କରାଗଲା । କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ପ୍ରଦୀପ୍ତ ମହାପାତ୍ର , ରତ୍ନାକର ବାରିକ , ଜିଲ୍ଲା ସମ୍ପାଦକ ଶିଶିର କୁମାର ଦାଶ, ସୂର୍ଯ୍ୟ ନାରାୟଣ ଦାସ, ନିବେଦିତା ସିଂ, ସୁଜାତା ଗୋସ୍ୱାମୀ ଆଲୋଚନାରେ ଭାଗ ନେଇଥିଲେ। ବୈଠକରେ ସାମ୍ବାଦିକ ଗଙ୍ଗାଧର ସାହୁ , ପ୍ରତାପ ନାୟକ, ପଦ୍ମନାଭ ମିଶ୍ର, ପୂର୍ନେନ୍ଦୁ ନାୟକ , ସନ୍ତୋଷ ନାୟକ, ଟୁନା ଜେନା, ଜ୍ୟୋତ୍ସ୍ନାରାଣୀ ସାମଲ, ସରୋଜ କୁମାର ଦାସ, ପ୍ରଦିପ କୁମାର ଜେନା , ରଶ୍ମିରଞ୍ଜନ ମଲ୍ଲିକ ଓ ହରକିଶୋର ପଣ୍ଡାଙ୍କ ସମେତ କଟକ ଜିଲ୍ଲାର ଶହେରୁ ଉର୍ଦ୍ଧ୍ବ ସାମ୍ବାଦିକ ଯୋଗ ଦେଇଥିଲେ। ସୁୁୁବର୍ଣପୁୁୁର ଫାଣ୍ଡି ଅଧିିକାରୀ ପ୍ରସନ କୁମାର ମାହାଳିଙ୍କୁ ଉତରିୟ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଙ୍ଗଠନ ସମ୍ପାଦକ ମୀନକେତନ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ । ବ୍ୟୁରୋ ରିପୋର୍ଟ ଆୱାଜ ମିଡ଼ିଆ !
କଟକ ଜିଲ୍ଲା ସାମ୍ବାଦିକ ସଂଘର କାର୍ଯ୍ଯକାରିଣୀ ବୈଠକ !!!

