ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଟମକା ପାର୍କ ନିକଟ ଜଙ୍ଗଲରୁ ସନ୍ଦେହ ଜନକ ଅବସ୍ଥାରେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ! ଯାଜପୁର ଜିଲ୍ଲା ଟମକା ଅଞ୍ଚଳରେ ଚାଞ୍ଚଲ୍ୟ ! ଟମକା ପାର୍କ ନିକଟରେ ଜଙ୍ଗଲରୁ ସନ୍ଦେହ ଜନକ ଅବସ୍ଥାରେ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ସୂଚନା ମୁତାବକ ଟମକା ଥାନ ଅନ୍ତର୍ଗତ ଟମକା ପାର୍କ ନିକଟ ଜଙ୍ଗଲରେ ଜଣେ ଅଜଣା ମହିଳାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ଟମକା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ମହିଳାଙ୍କ ମୃତ୍ୟୁ କାରଣ ଅସ୍ପଷ୍ଟ ଥିବାବେଳେ ତାଙ୍କର ପରିଚୟ ଜଣା ପଡିନାହିଁ ।
ଟମକା ପାର୍କ ନିକଟ ଜଙ୍ଗଲରୁ ସନ୍ଦେହ ଜନକ ଅବସ୍ଥାରେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର !!!

