କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ନରସିଂହପୁର ପଞ୍ଚାୟତର ୫ନମ୍ବର ୱାର୍ଡ ମେମ୍ବର ଅନିଲ କୁମାର ମଳିକ ୨୦୨୨ ମସିହାରେ ଆରଟିଆଇ ମାଧ୍ୟମରେ ପଞ୍ଚାୟତର ଅନେକ ଗୁରୁତ୍ତ୍ୱପୂର୍ଣ ତଥ୍ୟ ମାଗିଥିଲେ । ହେଲେ ତଥ୍ୟ ମିଳିବାରେ ବିଳମ୍ବ ହେବା ଓ ସମ୍ପୂର୍ଣ ତଥ୍ୟ ପାଇନଥିବା ସେ କହିଛନ୍ତି । ନରସିଂହପୁର ପଞ୍ଚାୟତର ସରପଞ୍ଚ ଓ ପିଆଇଓ ଙ୍କ ମିଲି ଭଗତରେ ପଞ୍ଚାୟତକୁ ଆସୁଥିବା ଅନେକ ଜନ କଲ୍ୟାଣକାରୀ ଅର୍ଥ ଆତ୍ମସାତ ହେଉଥିବା ନେଇ ସେ ଅଭିଯୋଗ ଆଣିଛନ୍ତି । ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଟଙ୍କା ଉଠାଣ, ଷ୍ଟ୍ରିଟ ଲାଇଟ୍ ଦୁର୍ନୀତି ଓ ହରିଶ୍ଚନ୍ଦ୍ର ଯୋଜନା ମାଧ୍ୟମରେ ମୃତ ବ୍ୟକ୍ତିଙ୍କ ନାମରେ ଏକାଧିକ ବାର ଟଙ୍କା ଉଠାଣ ନେଇ ପଞ୍ଚାୟତର ସରପଞ୍ଚ ଦିପ୍ତିମୟୀ ପରିଡ଼ା ଓ ପିଆଇଓଙ୍କ ବିରୋଧରେ ସେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି । ତେବେ ଦୁର୍ନୀତିର ଅଭିଯୋଗ ଆସିବା ପରେ , ଗତ ମାସ ୩୦ ତାରିଖରେ ପଞ୍ଚାୟତର ସରପଞ୍ଚ ଦିପ୍ତିମୟୀ ପରିଡ଼ା ଏହାର ତଥ୍ୟ ଭିତ୍ତିକ ପ୍ରମାଣ ନରସିଂହପୁର ଗ୍ରାମପଞ୍ଚାୟତରେ ନଭେମ୍ବର ୬ ତାରିଖରେ ପ୍ରଦାନ କରିବା ପାଇଁ ଅନିଲ ମଲିକଙ୍କୁ ଏକ ନୋଟିସ ପ୍ରେରଣ କରିଥିଲେ । ହେଲେ ସେ କୌଣସି ତଥ୍ୟ ଭିତ୍ତିକ ପ୍ରମାଣ ପଞ୍ଚାୟତରେ ପ୍ରଦାନ କରିନଥିବା ମିଳିଥିବା ସୂଚନାରୁ ଜଣା ପଡ଼ିଛି । ଖାଲି ଦେଖିବାର ଅଛି , ୱାର୍ଡ ମେମ୍ବର ଅନିଲ ମଲିକ ପଞ୍ଚାୟତର ସରପଞ୍ଚ ଓ ପିଆଈଓଙ୍କ ବିରୋଧରେ ଆଣିଥିବା ଅଭିଯୋଗକୁ ସତ ପ୍ରମାଣିତ କରିପାରିବେ ନା ତଥ୍ୟ ବିହୀନ ଅଭିଯୋଗ ଆଣି ଆଇନ ଅନୁଯାୟୀ ଦଣ୍ଡିତ ହେବେ ।