ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ମରାଳ ମାଳିନୀ ନୀଳାମ୍ବୁ ଚିଲିକା ତୀରରେ ଚଳିତ ବର୍ଷ ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି ଚିଲିକା ବୋଇତ ବନ୍ଦାଣ ମହୋତ୍ସବ । ଆମ କିମ୍ବଦନ୍ତୀ ଆମ ପରମ୍ପରା ଆମ ଐତିହ୍ୟ କୁ ନେଇ ପୁରାତନ କାଳରୁ ପାଳିତ ହୋଇ ଆସୁଚି ଖୋର୍ଦ୍ଧା ଜିଲ୍ଲାର ଚିଲିକା ବାଲୁଗାଁ ରେ ବୋଇତ ବନ୍ଦାଣ ମହୋତ୍ସବ । ଆସନ୍ତା ୨୬ ଓ ୨୭ ତାରିଖ ଦିନ ଦୁଇଦିନ ଧରି ବାଲୁଗାଁ କଲେଜ କ୍ୟାମ୍ପସ ପରିସରରେ ଆୟୋଜିତ ହେବ l ଏନେଇ ବୁଧବାର ଦିନ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭା ଗୃହରେ ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକ କୁ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଭଗବାନ ପ୍ରଧାନ ପରିଚାଳନା କରିଥିବା ବେଳେ ବାଲୁଗାଁ କଲେଜ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ଦାସ ଙ୍କ ସମେତ ପୋଲିସ ପ୍ରଶାସନ, ବିଦ୍ୟୁତ ବିଭାଗ, ଅଗ୍ନିଶମ ବିଭାଗ, ସି.ଡି.ଏ, ବନ୍ୟପ୍ରାଣୀ ବିଭାଗ, ମେଡିକାଲ ଅଧିକାରୀ ସମସ୍ତ ୱାର୍ଡ ସଭ୍ୟ, ବିଭିନ୍ନ ସରକାରୀ ଅଫିସର, ବ୍ୟବସାୟୀ , ଗଣମାଧ୍ୟମ ପ୍ରତିନିଧି ଓ ଅନ୍ୟମାନେ ଯୋଗଦେଇ କିଭଳି ଚଳିତ ବର୍ଷ ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ଶାନ୍ତି ଶୃଙ୍ଖଳା ସହିତ କାର୍ଯ୍ୟକ୍ରମ ସମାପନ ହେବ ଏବଂ କାର୍ଯ୍ୟକ୍ରମ ରେ କୌଣସି ତ୍ରୁଟି ନ ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ।।
ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ପ୍ରସ୍ତୁତି ବୈଠକ !!!

