ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ଼ ଟାଉନ ଥାନାକୁ ମିଳିଛି ବଡ଼ ସଫଳତା । ଟାଉନ ଥାନା ସବ୍ ଇନିସ୍ପେକ୍ଟର ଧର୍ମେନ୍ଦ୍ର ଶିଆଳଙ୍କ ନେତୃତ୍ବରେ ୮ ଚୋରା ବାଇକକୁ ଧରିବାରେ ନୟାଗଡ଼ ଟାଉନ ଥାନା ପୋଲିସ ସକ୍ଷମ ହୋଇଛି । ନୟାଗଡ଼ ନିକଟସ୍ଥ ରତନପୁର ଗ୍ରାମର ଖଲି ସାହୁଙ୍କ ପୁଅ ଅବକାଶ ସାହୁ ଓ ନୟାଗଡ଼ ଯଦୁମଣି ନଗରର ସୁବାସ ଗୌଡ଼ଙ୍କ ପୁଅ ଜିତେନ୍ଦ୍ର ଗୌଡ଼କୁ ପୋଲିସ ଗିରଫ କରିଛି । ଟାଉନ ଥାନା ରେ ଏକ ମାମଲା ରୁଜ କରାଯାଇ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଟାଉନ ଥାନା ସବ୍ ଇନିସ୍ପେକ୍ଟର ସନ୍ତୋଷ କୁମାର ଦାସ ଏହି କେସର ଦାୟିତ୍ବ ନେଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ସୂଚନା ଆଧାରରେ ଆଗାମୀ ଦିନରେ ଅଧିକ ଚୋରା ବାଇକ ଜବତ ହେବ ବୋଲି ଜଣାପଡିଛି !
୮ ଚୋରା ବାଇକ ଜବତ କଲା ନୟାଗଡ ଟାଉନ ଥାନା ପୁଲିସ !!!

