ମା’ ବିରଜାଙ୍କ ପୀଠରେ ଦ୍ୱାଦଶ ପର୍ଯ୍ଯାୟରେ କମ୍ବଳ ବାଣ୍ଟିଲା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମାଜସେବା ଲକ୍ଷ୍ୟ ନେଇ ଆଗେଇ ଚାଲିଛି ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଗଢ଼ି ଉଠିଥିବା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ । ସାହିତ୍ୟ, ସମ୍ବାଦ ଓ ସମାଜସେବା ଆଦିକୁ ପାଥେୟ କରି ଏହି ସାହିତ୍ୟ ସଂସଦର ପ୍ରତିଷ୍ଠାତା ନରେନ୍ଦ୍ର ପ୍ରସାଦ ବେହେରା ସେବା ମାଧ୍ୟମରେ ଗରିବ, ଅସହାୟ, ନିରାଶ୍ରୟ, ବାର୍ଦ୍ଧକ୍ୟ, ବୃଦ୍ଧବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ମାନଙ୍କ ନିକଟରେ ପହଞ୍ଚିବା ସହ ନିଜର ତଥା ଅନୁଷ୍ଠାନର ସକ୍ଷମ ଅନୁସାରେ ସାହାଯ୍ୟ ଓ ସହଯୋଗ କରିଚାଲିଛନ୍ତି । ପ୍ରତ୍ୟେକ ବର୍ଷ ଅକ୍ଟୋବର ଠାରୁ ଅନୁଷ୍ଠାନ ଗରିବ, ଅସହାୟ, ବୃଦ୍ଧବୃଦ୍ଧା, ବିଧବା, ଭିନ୍ନକ୍ଷମ, ଏଡସ୍ ରୋଗୀ, କୁଷ୍ଠରୋଗୀ ମାନଙ୍କୁ ଶୀତ ବସ୍ତ୍ର, କମ୍ବଳ ଆଦି ବଣ୍ଟନ କରିଥାଏ । ଚଳିତ ବର୍ଷ ବିଭିନ୍ନ ସ୍ଥାନ ଓ ଦେବାଦେବୀ ପୀଠରେ କମ୍ବଳ ବଣ୍ଟନ ଜାରି ରଖିଥିବା ବେଳେ ଆଜି ଅନୁଷ୍ଠାନର ଦ୍ଵାଦଶତମ ପର୍ଯ୍ଯାୟର କମ୍ବଳ ବଣ୍ଟନ ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଜାରି ରହିଥିବାର ଦେଖିବାକୁ ମିଳିଥିଲା। ମା’ ଙ୍କ ସିଂହ ଦ୍ବାର ସମ୍ମୁଖରେ ବସି ଭିକ୍ଷା ବୃତ୍ତି କରୁଥିବା ଅସହାୟ ମାନଙ୍କୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ନେତୃତ୍ବରେ କମ୍ବଳ ବଣ୍ଟନରେ ସହଯୋଗ କରିଥିଲେ ଚିନ୍ମୟ ଫାଉଣ୍ଡେସନର ପ୍ରତିଷ୍ଠାତା ଡ଼ଃ ଚିନ୍ମୟ ଦାଶଙ୍କ ସହ ସ୍ଥାନୀୟ ସାମ୍ବାଦିକ ବିଜୟ କୁମାର ସାହୁ ଓ ହିମାଂଶୁ ପାଢ଼ୀ । ଆଗାମୀ ଦିନରେ ଯାଜପୁର ଜିଲ୍ଲାର ଆହୁରି କେତେକ ଧାର୍ମିକ ପୀଠରେ କମ୍ବଳ ବଣ୍ଟନ ହେବ ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *