ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ଗୁଣାତ୍ମକ ଶିକ୍ଷାକୁ ପାଥେୟ କରି ଭାପୁର ବ୍ଲକ ବଡସହରା ଗ୍ରାମରେ ଗଢି ଉଠିଥିବା ଶିକ୍ଷାନୁଷ୍ଠାନ ଆଦର୍ଶ ଟ୍ୟୁଟୋରିଆଲ୍ ରେ ଏକ ନିଆରା ଢଙ୍ଗରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଦୀପର ଆଲୋକରେ ଯେପରି ଅନ୍ଧାର ଦୂର ହୋଇଯାଏ , ଠିକ୍ ସେହିପରି ଶିଶୁମାନଙ୍କ ଆଲୋକରେ ସମାଜ ଆଲୋକିତ ହୋଇ ଏକ ସୁସ୍ଥ ସମାଜ ଗଠନ ହୋଇଥାଏ । ଏହି ଶିକ୍ଷାନୁଷ୍ଠାନ ଶିକ୍ଷାର ମୂଳଦୁଆ ସୁଦୃଢ କରିବାକୁ ଯେଉଁ ପ୍ରୟାସ କରିଛି, ତାହା ଅଭିଭାବକ ମହଲରେ ଆଦୃତ ହୋଇଛି । ଯାହାକି ପୂର୍ବରୁ ଗୁରୁ ଦିବସରେ ମାତୃ ପିତୃ ପୂଜନ କରି ଚର୍ଚ୍ଚାର ପରିସରଭୁକ୍ତ ଅଛି । ସେହିଭଳି ମା ଢୋଲାଚଣ୍ଡୀ ପୀଠରେ ଶିଶୁ ଉତ୍ସବ ପାଳନ କରାଯିବା ସହିତ, ପିଲାମାନଙ୍କ ମଧ୍ୟରେ ସାଧାରଣ ଜ୍ଞାନ ଓ କିଛି କ୍ରୀଡା ପ୍ରତିଯୋଗିତା ହୋଇଥିଲା । ପରେ ପ୍ରାଥମିକ ସ୍ତରର ପିଲାମାନଙ୍କୁ ଟ୍ୟୁଟୋରିଆଲ୍ ତରଫରୁ ଓଡ଼ିଆ ଭାଷାର ଅସ୍ମିତା, ସ୍ୱାଭିମାନ ଓ ଜାତୀୟତାର ଆବେଗ ସହ ଯୋଡ଼ି ହୋଇଥିବା ବହି ଛବିଳ ମଧୁ ବର୍ଣ୍ଣବୋଧ ବଣ୍ଟନ କରାଯାଇଥିଲା, ଯାହାକି ଚର୍ଚ୍ଚାର ବିଷୟ । ଏହା ଏକ ଶିକ୍ଷା ମୂଳକ ଓ ଉପଦେଶାତ୍ମକ ବହି ଅଟେ । ନିଶ୍ଚିତ ଭାବରେ ଏହି ବହିଟି ପ୍ରାଥମିକ ପିଲାଙ୍କ ଶିକ୍ଷାର ମୂଳଦୁଆ ସୁଦୃଢ କରିବା ସହିତ ସଭିଙ୍କର ଶିକ୍ଷା ରୁଦ୍ଧିମନ୍ତ କରିବା ଦିଗରେ ତଥା ସାମାଜିକ ବିକାଶ ଦିଗରେ ସହାୟକ ହେବ । ସୂଚନା ଥାଉ କି ଏହି ଶିକ୍ଷାନୁଷ୍ଠାନରେ ୧୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ଜାତି ଓ ଜନଜାତି ଓ ଗରିବ ମେଧାବୀ ପିଲା ମାଗଣାରେ ଶିକ୍ଷାଲାଭ କରୁଛନ୍ତି ।
ଆଦର୍ଶ ଟ୍ୟୁଟୋରିଆଲ୍ ରେ ନିଆରା ଶିଶୁ ଦିବସ ପାଳନ !!!

