ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ି ବନ୍ଧା ହେଲେ କିରାଣୀ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଭିଜିଲାନ୍ସ ଜାଲରେ କିରାଣୀ ! ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ସ୍କୁଲ କିରାଣୀ । ପେନସନ ଟଙ୍କା କରାଇ ଦେବା ପାଇଁ ୪୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ି ବନ୍ଧା ହେଲେ କିରାଣୀ । ଯାଜପୁର ବ୍ଲକ କବିରପୁର ସ୍ଥିତ ପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟ ର କିରାଣୀ ମହେଶ୍ୱର ସାମଲ ଗିରଫ । ସୂଚନା ମୁତାବକ ପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟର ଅବସପ୍ରାପ୍ତ ଶିକ୍ଷକ ନିରଞ୍ଜନ ରାୟଙ୍କ ପେନସନ୍ ଗ୍ରାଚୁଟି ଆଦି ର ସମସ୍ତ କାଗଜପତ୍ର କରାଇଦେବାକୁ ମହେଶ୍ୱର ୭୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ପରେ ଅବସପ୍ରାପ୍ତ ଶିକ୍ଷକ ଯାଜପୁର ଭିଜିଲାନ୍ସ ବିଭାଗ ର ସାହାଯ୍ୟ ଲୋଡିଥିଲେ । ଯାଜପୁର ଭିଜିଲାନ୍ସ ଡିଏସପି ସୁଶୀଲ ଏକାଙ୍କ ନେତୃତ୍ବରେ ଏକ ସତ୍ରନ୍ତ୍ର ଟିମ ଗଠନ କରାଯାଇ ୪୦୦୦ ଲାଞ୍ଚ ନେଉଥିବା ସମୟ ରେ କିରାଣୀଙ୍କୁ ଧରିଥିଲେ । ମହେଶ୍ୱରଙ୍କୁ ଗିରଫ କରି ପଚରାଉଚରା କରିବା ସହ ତାଙ୍କ ଭଡ଼ା ଘର ଏବଂ ବାସଭବନ ରେ ଭିଜିଲାନ୍ସ ପକ୍ଷରୁ ରେଡ କରାଯାଇଥିଲା !

Leave a Reply

Your email address will not be published. Required fields are marked *