ପାରିବାରିକ କଳହର କରୁଣ ପରିଣତି : ନିଜ ଝିଅ ଓ ପତ୍ନୀ କୁ ହାଣି ନିଜେ ଆତ୍ମହତ୍ୟା କଲା ସ୍ୱାମୀ !!!

0
211

ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନିଲ କୁମାର ଲେଙ୍କା : ପାରିବାରିକ କଳହର କରୁଣ ପରିଣତି . ଜଗତସିଂହପୁର ଜିଲ୍ଲା ଓଡିସ ପଂଚାୟତର ଚାନ୍ଦକାପାଟଣା ଗ୍ରାମର ଲୋକନାଥ ପାଲ ନିଜ ପତ୍ନୀ ଓ ଝିଅକୁ ହାଣି ନିଜେ ଆମ୍ଢହତ୍ୟା କରିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି . ଲୋକନାଥଙ୍କ ଆକ୍ରମଣରେ ଝିଅ ସାଙ୍ଗେ ସାଙ୍ଗେ ମୃତ୍ୟୁ ବରଣ କରିଥିବା ସମୟରେ ପତ୍ନୀ ଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ଚାନ୍ଦକା ପାଟଣା ଗ୍ରାମର ଲୋକନାଥ ପାଲ ସକାଳୁ ତାର ସ୍ତ୍ରୀ ଓ ଝିଅକୁ ମାରଣାସ୍ତ୍ର ରେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ଝିଅ ଲକୀ ପାଲ ମୃତ୍ୟ ବରଣ କରିଥିବା ବେଳେ ସ୍ତ୍ରୀ କଳ୍ପନା ପାଲ ଗୁରୁତର ଅବସ୍ଥାରେ ପଡ଼ିଥିଲେ । ଘଟଣା ଘଟିବା ପରେ ଲୋକନାଥ ଆତ୍ମହତ୍ୟା କରିଥିଲେ । ପଡୋଶୀ ମାନେ ଏଭଳି ଘଟଣା ସମ୍ପର୍କରେ ଜଗତସିଂହପୁର ଥାନାକୁ ଖବର ଦେଇଥିଲେ । ଖବର ପାଇ ଥାନା ଅଧିକାରୀ ପହଂଚି ଆହତ କଳ୍ପନାକୁ ଆମ୍ବୁଲାନ୍ସ ରେ ଜଗତସିଂହପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲେ ।

ପଡ଼ୋଶୀଙ୍କ କହିବା ମୁତାବକ ଲୋକନାଥ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ ।ଅର୍ଥ ଅଭାବରୁ ଚିକିତ୍ସିତ ହୋଇ ପାରୁନଥିଲେ । ଅନ୍ୟ ପଟେ ତାଙ୍କର ଗୋଟେ ବୋଲି ପୁଅ ପାଖରେ ଜଣେ ଝିଅକୁ ଭଲପାଇ ଚାରି ବର୍ଷ ହେବ ଘରକୁ ଆସୁ ନଥିବା ଓ ରୋଜଗାର କରି ପାରୁ ନଥିବାରୁ ମାନସିକ ଚାପ ରେ ରହୁଥିଲେ ଲୋକନାଥ । ରୋଜଗାର ନଥିବାରୁ ସ୍ତ୍ରୀ ସହିତ ସବୁବେଳେ ପାଟିତୁଣ୍ଡ ଲାଗି ରହୁଥିଲା । ଯାହାକୁ ନେଇ ମାନସିକ ସନ୍ତୁଳନ ହରାଇ ଲୋକନାଥ ଶେଷରେ ସ୍ତ୍ରୀ କଳ୍ପନା ଓ ଝିଅ ଲକି କୁ ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ । ଆକ୍ରମଣ କରିବା ପରେ ଲୋକନାଥ ଘର ଭିତରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକନାଥଙ୍କ ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି । କରୋନା ମହାମାରୀ ପାଇଁ ଲକ ଡାଉନ ଓ ସଟ ଡାଉନ ଯୋଗୁ ଲୋକ ମାନେ ଜୀବକା ହରାଇଥିବା ଓ ରୋଜଗାର ନଥିବାରୁ ଏଭଳି ଏକ କରୁଣ ପରିଣତି ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here