ରାଜଧାନୀ ରାଜରାସ୍ତାରେ ବିଶାଳ ଶ୍ରମିକ ସମାବେଶ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ରାଜଧାନୀ ରାଜରାସ୍ତାରେ ବିଶାଳ ଶ୍ରମିକ ସମାବେଶ ! ଭାରତୀୟ ମଜଦୁର ସଂଗଠନ ଡ଼ାକରାରେ ବିଶାଳ ଶ୍ରମିକ ପ୍ରତିବାଦ ସଭାରେ 60 ହଜାରରୁ ଅଧିକ ଶ୍ରମିକ ଅଂଶଗ୍ରହଣ କରିଥିଲେ । ଭାରତୀୟ ମଜଦୁର ସଂଗଠନର ଆହ୍ୱାନରେ ଓଡ଼ିଶାର ହଜାର ହଜାର କର୍ମୀ ଭୁବନେଶ୍ୱର ବିଧାନସଭା ସମ୍ମୁଖରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରି ନିଜର କ୍ରୋଧ ପ୍ରକାଶ କରିଥିଲେ । ଭାରତୀୟ ମଜଦୁର ସଂଗଠନର ନେତୃତ୍ୱରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହଜାର ହଜାର ଶ୍ରମିକ ରାମମନ୍ଦିର ଛକ ଠାରୁ ଏକ ବିରାଟ ରାଲି ମାଧ୍ୟମରେ ଭୁବନେଶ୍ୱର ଲୋୟର ପିଏମଜିରେ ପହଞ୍ଚି ବିରୋଧ ପ୍ରଦର୍ଶନ କରିଥିଲେ ।

 

Leave a Reply

Your email address will not be published. Required fields are marked *