ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘର ଜରୁରୀ ବୈଠକ : ହୋଇପାରେ ବଡ ନିଷ୍ପତ୍ତି !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଦୀର୍ଘ ପାଞ୍ଚ ବର୍ଷର ଅକ୍ଲାନ୍ତ ପରିଶ୍ରମ ଏବଂ ସାଙ୍ଗଠନିକ ପ୍ରକ୍ରିୟା ର ଫଳ ସ୍ୱରୂପ ଆତ୍ମପ୍ରକାଶ କରିଛି ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ! 2018 ମସିହାରୁ ମୂଳଦୁଆ ପଡି ଆରମ୍ଭ ହୋଇଥିବା ଉଦ୍ୟମ ଶେଷରେ ସଫଳ ହୋଇଥିଲା ଏବଂ 2023 ମସିହା ଅପ୍ରେଲ 25 ତାରିଖରେ ପଡିଥିଲା ଦୃଢ ଭିତ୍ତିଭୂମି ! ତେବେ ଏ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସହିତ , ଜୟଦେବ ଭବନ ପାଖରେ ସଂଗଠନର ରାଜ୍ୟ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି ! ମହାସଂଘର କାର୍ଯ୍ୟପନ୍ଥା ପ୍ରାୟତଃ ଠିକ ଠାକ ଚାଲିଥିବା ସମୟରେ କିଛି ଅସୂୟା ପ୍ରବୃତ୍ତିର ବ୍ୟକ୍ତି ବିଭିନ୍ନ ସମୟରେ ଉଦ୍ଦେଶ୍ୟମୂଳକ ଭାବରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ! ଗତ ସାଧାରଣ ବୈଠକରେ ଏପରି କିଛି ଅଭିଯୋଗ ଆସିବା ପରେ , ତଥା ସାମାଜିକ ଗଣମାଧ୍ୟମରେ କିଛି ଆପତ୍ତିଜନକ ପୋଷ୍ଟ ହେବା ପରେ ପରିଚାଳନା କମିଟି ଜରୁରୀକାଳୀନ ବୈଠକ ପାଇଁ ନିଷ୍ପତ୍ତି ନେଇଛି ! ମହାସଂଘର ଉପାଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହେବାକୁ ଥିବା ବୈଠକରେ ସଂଘର ସମ୍ମାନ ଏବଂ ପ୍ରତିଷ୍ଠା ଦୃଷ୍ଟିରୁ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ସୂଚନା ମିଳିଛି !

Leave a Reply

Your email address will not be published. Required fields are marked *