ହାତୀବାରି ପାଣ୍ଡରା ନାଳରେ ନିଖୋଜ ନାବାଳକ ର ମୃତଦେହ ଉଦ୍ଧାର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ହାତୀବାରି ପାଣ୍ଡରା ନାଳରେ ଜଣେ ନାବାଳକ ନିଖୋଜ ହୋଇଥିଲା ! ସୂଚନା ମୁତାବକ ଟୁକୁନା ଦଳାଇଙ୍କ 12 ବର୍ଷର ପୁଅ ସିମନ୍ ଦଳାଇ ଗ୍ରାମ ପାଖ ପାଣ୍ଡରା ନାଳରେ ଗାଧୋଇବା ପାଇଁ ଯାଇ ନିଖୋଜ ହୋଇଥିଲା ! ସ୍ଥାନୀୟ ଲୋକେ ବହୁ ଖୋଜାଖୋଜି କରି ବିଫଳ ହେବା ପରେ ସୁକିନ୍ଦା ପୋଲିସ ଓ ସୁକିନ୍ଦା ଦମକଳ ବାହିନୀର କର୍ମଚାରୀ ମାନଙ୍କ ସହିତ ଯୋଗାଯୋଗ କରିଥିଲେ । ସୁକିନ୍ଦା ପୋଲିସ ଓ ଦମକଳ ବାହିନୀର କର୍ମଚାରୀ ମାନେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ନାବାଳକକୁ ଖୋଜାଖୋଜି ଆରମ୍ଭ କରିଥିଲେ ! ଶେଷରେ ବଡ଼ସୀତାମାଳ ନଦି ପଠାରୁ ନାବାଳକ ସୁମନର ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *