ବିଜେପି ପକ୍ଷରୁ ସୁକିନ୍ଦା ବ୍ଲକ ଘେରାଉ : ରାଜ୍ୟପାଳଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକରେ ବିଭିନ୍ନ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗରେ ବିଜେପି ପକ୍ଷରୁ ସୁକିନ୍ଦା ବ୍ଲକ ଘେରାଉ କରାଯିବା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସୁକିନ୍ଦା ବିଡିଓଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନ, ରାସନ୍ କାର୍ଡ ବଣ୍ଟନ, ବଡ଼ ବଡ଼ ପ୍ରକଳ୍ପକୁ ଟେଣ୍ଡର ନକରି ବିଭାଗୀୟ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଜାରି କରି ଦଳୀୟ କର୍ମୀଙ୍କୁ କାମ ଦେବା, ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା ଦେବାରେ ଘୋଟାଲା, ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଅସହଯୋଗ କରିବା, ଜିଲ୍ଲା ଖଣିଜ ପାଣ୍ଠି ଅନୁଦାନକୁ ଦୁର୍ବ୍ୟବହାର କରିବା ଭଳି ବିଭିନ୍ନ ଅଭିଯୋଗ ସହିତ ଖଣି, ଶିଳ୍ପସଂସ୍ଥାରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି, ଚାଷୀ ମାନଙ୍କ ଶସ୍ୟ ମଣ୍ଡିରେ ଗ୍ରହଣ କରିବା, ସ୍ଥାନୀୟ ବିଦ୍ୟାଳୟରେ ଶିକ୍ଷକ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଦବୀ ପୂରଣ କରିବା ଦାବୀ ସମ୍ବଳିତ ଦାବୀପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସୁକିନ୍ଦା ବିଡିଓ ନମ୍ରତା ମୋଦିଙ୍କୁ ପ୍ରଦାନ କରାଯାଇଛି । ବିଜେପି ନେତା ପ୍ରଦୀପ ବଳସାମନ୍ତଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଦୋଳମଣ୍ଡପ ଛକରୁ ଏକ ଶୋଭାଯାତ୍ରାରେ ବାହାରି ସୁକିନ୍ଦା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବୀପତ୍ର ବିଡିଓଙ୍କୁ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଶ୍ୱଜିତ ରାଜ, ଅମଳେନ୍ଦୁ ବେହୁରା, ରାଜ୍ୟ ସଂଯୋଜକ ରବୀନ୍ଦ୍ର ପୁହାଣ, ରାଜ୍ୟ କୋଷାଧକ୍ଷା ମନ୍ଦାକିନୀ ସେଠୀ, ଜିଲ୍ଲା ଉପସଭାପତି ପୁଷ୍ପକ ମହାପାତ୍ର, ଜିଲ୍ଲା ଉପସଭାପତି ପ୍ରକାଶ ବେହୁରା , ପବିତ୍ର ମହାପାତ୍ର, ପ୍ରଶାନ୍ତ ରାୟ, ସୁଧାଂଶୁ ଭଞ୍ଜଙ୍କ ସମେତ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ସ୍ତରୀୟ ସଂଗଠକ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *