୧୪୭ ରୁ ୧୭୫ କୁ ବଢ଼ିଛି ଦେଶରେ କରୋନା ଆକ୍ଟିଭ କେସ୍ , ୧୯୧ ସପ୍ତାହରେ ପହଞ୍ଚିଲା ଚିନ୍ମୟ ଫାଉଣ୍ଡେସନର ନିରବଚ୍ଛିନ୍ନ ପ୍ରକ୍ରିୟାରେ କୋଭିଡ୍ କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗତ ୧୩ ତାରିଖ ଦିନ ଦେଶରେ କରୋନା ଆକ୍ଟିଭ କେସ ୧୪୨କୁ ଖସିଥିବାର ଦେଖିବାକୁ ମିଳିଥିବା ବେଳେ ଆଜି ତାହା ୧୭୫ରେ ପହଞ୍ଚିଛି । ଗତ ସୋମବାର କରୋନା ସ୍ଥିତି ୧୪୨ ଥିବାବେଳେ ମଙ୍ଗଳବାର ୧୪୭,ବୁଧବାର ୧୫୨, ଗୁରୁବାର ୧୫୮, ଶୁକ୍ରବାର ୧୭୨, ଆଜି ଶନି ବାର ୧୭୫ ଏହାର ସ୍ଥିତି ରହିଛି। ପାର୍ବଣର ଭିଡ ସହ କିଛି ମାତ୍ରାରେ ଏହା ବଢ଼ିବାରେ ଲାଗିଛି। କାଳୀ ପୂଜାରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ ସହ ଧୂଳି ଧୁଆଁରେ ରାସ୍ତାଘାଟ ପ୍ରଦୂଷଣ ଏବଂ କୋଭିଡ୍ ମହାମାରୀର ସମ୍ପୂର୍ଣ୍ଣ ଭାବରେ ବିନାଶ ନିମନ୍ତେ ମାକ୍ସ୍ ଓ ସାନିଟାଇଜର ବ୍ୟବହାରର ନିତ୍ୟାନ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲାର ବାବଲ ପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶା ରାଜ୍ୟର ବିଭିନ୍ନ ସ୍ଥାନରେ ମାକ୍ସ, ସାନିଟାଇଜର ବଣ୍ଟନ ସହ ଗରିବ ଓ ଅସହାୟ ଲୋକଙ୍କୁ ରିଲିଫ୍ ବଣ୍ଟନ ମାଧ୍ୟମରେ ସେବା କାର୍ଯ୍ୟ ଜାରି ରହିଛି। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ୧୯୧ତମ ସାପ୍ତାହିକ କାର୍ଯ୍ୟକ୍ରମ ଅର୍ଥାତ୍
ଦିନ ସଂଖ୍ୟା ୧୩୩୧ ରୁ ୧୩୩୭ ପର୍ଯ୍ୟନ୍ତ ତା ୧୨/୧୧/୨୦୨୩ ରିଖ ରବିବାରରୁ ତା୧୮/୧୧/୨୦୨୩ରିଖ ଶନି ବାର ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜାରି ରହିଥିବାର ଦେଖିବାକୁ ମିଳିଛି। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ସମାଜସେବୀ ଶ୍ରୀକ୍ଷେତ୍ର ସାହୁ,ସୂର୍ଯ୍ୟକାନ୍ତ ମଲ୍ଲିକ, ଅଜୟ ଦାସ,ଯୁବରାଜ ମଲ୍ଲିକ,ଅଜୟ ମଲ୍ଲିକ ଓ ଅନ୍ୟମାନେ ଏହି କାର୍ଯ୍ୟକ୍ରମକୁ ଜାରି ରଖିଛନ୍ତି। ଆଗାମୀ ଡ଼ିସେମ୍ବର ଏକ ତାରିଖ ଦିନ କୋଭିଡ୍ କିଟ୍ ବଣ୍ଟନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।କିନ୍ତୁ ଫାଉଣ୍ଡେସନ ଦ୍ଵାରା ପରିଚାଳିତ କାର୍ଯ୍ୟକ୍ରମ “ମିଶନ ଅମୃତ ହସ୍ତମ୍” ମାଧ୍ୟମରେ ଗରିବ ଓ ଅସହାୟ ବ୍ୟକ୍ତି ମାନଙ୍କୁ ରିଲିଫ୍ ବଣ୍ଟନ ନିରବଚ୍ଛିନ୍ନ ପ୍ରକ୍ରିୟାରେ ଜାରି ରହିବ ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ ମତବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *