ଗୋପାଳ ସ୍ମୃତି ବିଦ୍ୟାପୀଠର ୧୯୭୮ ମାଟ୍ରିକ ବ୍ୟାଚ ପୁରାତନ ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁ ମିଳନ !!!

Spread the love

କଟକ ସଦର ( ଆୱାଜ ମିଡିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ଅଞ୍ଚଳର ସର୍ବପୁରାତନ ଶିକ୍ଷାନୁଷ୍ଠାନ ସିଦ୍ଧେଶ୍ୱରପୁର ସ୍ଥିତ, ଓଡିଆ ଭାଷାକୋଷର ପ୍ରଣେତା ସ୍ବର୍ଗତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ନାମରେ ନାମିତ ଗୋପାଳ ସ୍ମୃତି ବିଦ୍ୟାପୀଠର ୧୯୭୮ ମସିହା ମାଟ୍ରିକ ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟର ଏହି ବ୍ୟାଚର ଅନେକ ଛାତ୍ରଛାତ୍ରୀ ଓଡିଶା ତଥା ଭାରତର ବିଭିନ୍ନ ଉଞ୍ଚ ପଦପଦବୀରେ ଚାକିରି କରି ଏବେ ଅବସରପ୍ରାପ୍ତ । ପ୍ରାରମ୍ଭରେ ଦିବଂଗତ ସହପାଠୀ ରଞ୍ଜିତ ରାୟ ଓ ତ୍ରିଲୋଚନ ରାଉତଙ୍କ ଉଦ୍ଧେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା l ଦୀର୍ଘ ୪୫ ବର୍ଷ ପରେ ସବୁ ସହପାଠୀ ସେମାନଙ୍କର ପରିବାର ସହିତ ଏକାଠି ହୋଇଥିବାରୁ ଏକ ଆନନ୍ଦମୟ ପରିବେଶ ସୃଷ୍ଟି ହେବା ସହିତ ସ୍କୁଲବେଳର ନିଜ ନିଜର ସ୍ମୃତି କୁ ରୋମନ୍ଥନ କରି ଉଲ୍ଲସିତ ହୋଇଥିଲେ। ଏଥିରେ ୧୯୭୮ ବ୍ୟାଚର ଉମେଶ ଚନ୍ଦ୍ର ଜେନା, ଉମେଶ ଚନ୍ଦ୍ର ସ୍ଵାଇଁ, ପ୍ରଦୀପ କୁମାର ମିଶ୍ର, ଅକ୍ଷୟ କୁମାର ଭୂୟାଁ, ଭରତ ଚନ୍ଦ୍ର ପ୍ରଧାନ, ପ୍ରଦୀପ କୁମାର ବିଶ୍ଵାଳ, ନିରଞ୍ଜନ ପରିଡା, ଶୁଶିଲ୍ କୁମାର ପ୍ରଧାନ, ପ୍ରଶାନ୍ତ କୁମାର ଜେନା, ସନ୍ତୋଷ କୁମାର ଦାଶ, ସୁରତ ମାଝୀ, ଯଚିନ୍ଦ୍ର ମହାପାତ୍ର, ଦୁଃଖୀଶ୍ଯାମ ରାଉଳ, ଧନେଶ୍ଵର ଭୋଇ, ଶ୍ରୀଧର ମଲ୍ଲିକ, ଯୋଗେନ୍ଦ୍ର ଦଳେଇ, ରବିନ୍ଦ୍ର ଦାସ, ତ୍ରିଲୋଚନ ଦାସ, ମନୋରଞ୍ଜନ ଦାଶ, ସୁରେଶ ବ୍ରହ୍ମା, ଶ୍ବେତାମ୍ବର ରାଉତ, ଦୁଷ୍ମନ୍ତ ବେହେରା, ଲୋକନାଥ ଦାସ, ଗୋପାଳ ବେହେରା, ପ୍ରସନ୍ନ ସାହୁ, ନିର୍ମଳ ସାହୁ, ବିଜୟ ଆଚାର୍ଯ୍ୟ, ବେଣୁଧର ଶତପଥୀ, ନମିତା ନନ୍ଦ, କଳ୍ପନା ନନ୍ଦ, ବନଶ୍ରୀ ଜେନା, ପ୍ରତିମା ତରାଇ, ବଉଳ ଜେନା, ପ୍ରଭାତନଳିନୀ ଜେନା, ମାଧବ ବେହେରା,ନିରଞ୍ଜନ ପ୍ରଧାନ, ରମେଶ କର ଓ ନାରାୟଣ ଦଳେଇ ପ୍ରଭୁତି ସପରିବାର ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *