ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ୩୧ ତମ ରାଜ୍ୟ ସ୍ତରୀୟ ପିଲାଙ୍କ ଜାତୀୟ ବିଜ୍ଞାନ କଂଗ୍ରେସ ରେ ଗଜପତି ଜିଲ୍ଲା ର ୫ଟି ପ୍ରକଳ୍ପ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଯାଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ପିଲାଙ୍କ ଜାତୀୟ ବିଜ୍ଞାନ କଂଗ୍ରେସ ର ଏକାଡେମୀ ସଂଯୋଜକ ସାତ୍ମିକ କୁମାର ପଟ୍ଟନାୟକ ଙ୍କ ତତତ୍ଵାବଧାନରେ ଓ ସହାୟକ ଶିକ୍ଷୟତ୍ରୀ କବିତା ରାଉତ ଓ ଶ୍ରାଧମୟୀ ପାଢ଼ୀଙ୍କ ସହୋଯୋଗ ରେ ଅଂଶ ଗ୍ରହଣ କରିଥିଲେ । ସେମାନେ ହେଲେ ପପୁନ ମହାରଣା, ସରକାରୀ ମହେନ୍ଦ୍ର ଗିରି ଉଚ୍ଚ ବିଦ୍ୟାଳୟ, ପାରଳାଖେମୁଣ୍ଡି, ନିରଞ୍ଜନ ପ୍ରଧାନ, ସରକାରୀ ଉଚ୍ଚ ବିଦ୍ୟାଳୟ ଜାଜପୁର, ଏ ଗୌତମୀ, ବି ଏମ୍ ଉଚ୍ଚ ବିଦ୍ୟାଳୟ ଖାରଡା, ମୁନା ଦୋଲାଇ, ଏସ୍ କେ ସି ଜି ଉଚ୍ଚ ବିଦ୍ୟାଳୟ ଗୁରଣ୍ଡି, ବର୍ଶିତା ଦାସ, ସରସ୍ୱତୀ ଶିଶୁ ମନ୍ଦିର ପାରଳାଖେମୁଣ୍ଡି । ଭୁବନେଶ୍ୱର ସ୍ଥିତ ଡୁନ ଇଣ୍ଟରନେସନାଲ ସ୍କୁଲ ଠାରେ ୧୮.୧୧.୨୦୨୩ ଓ ୧୯.୧୧.୨୦୨୩ ଧରି ଅନୁଷ୍ଠିତ ହୋଇଥିବା ୩୧ ତମ ରାଜ୍ୟ ସ୍ତରୀୟ ପିଲାଙ୍କ ଜାତୀୟ ବିଜ୍ଞାନ କଂଗ୍ରେସ ରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ନବମ ଶ୍ରେଣୀ ଛାତ୍ରୀ ବର୍ଶିତା ଦାସ ଡ ଆର୍ ଅନ୍ ରାୟ ଙ୍କ ଦ୍ୱାରା ପୁରସ୍କୃତ ହୋଇ ଜାତୀୟ ସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ବିବେଚିତ ହୋଇଛନ୍ତି। ଛାତ୍ରୀ ର ଏହି କୃତିତ୍ଵ କୁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରୋଦୋଷ କୁମାର ନାୟକ, ବିଜ୍ଞାନ ନୀରିକ୍ଷକ ଏ ରବି କୁମାର, ଶିଶୁ ମନ୍ଦିରର ଆଚାର୍ଯ୍ୟ ସରୋଜ ପଣ୍ଡା ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି !