ଉତ୍କଳ ବିପନ୍ନ : ହେଲେ ସମିତି ସମ୍ପନ୍ନ !!!

0
177
Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ବିପନ୍ନ ଲୋକଙ୍କୁ ସହାୟତା ଦେବା ପାଇଁ ଗଠିତ ହୋଇଥିଲା ଏ ଅନୁଷ୍ଠାନ ! ନାଁ ହେଲା ଉତ୍କଳ ବିପନ୍ନ ସହାୟତା ସମିତି ! 1999 ମହାବାତ୍ୟା ପରେ ଉପକୁଳ ଓଡ଼ିଶାରେ ବହୁ ରିଲିଫ କାର୍ଯ୍ୟ କରିଥିଲା ଏ ଅନୁଷ୍ଠାନ ! ଆରଏସଏସ ଅନୁଚିନ୍ତାର ଏହି ସଂଗଠନ ସେତେବେଳେ ପାରିବାର ହେଲା , ଯେତେବେଳେ ମେଣ୍ଟରେ କ୍ଷମତା କୁ ଆସିଲା ବିଜେପି ! ଅନୁଷ୍ଠାନର ସଦସ୍ୟ , ଗାଡି ଘୋଡା ବଢ଼ିବାରେ ଲାଗିଲା ! ଏତେ ଗାଡି ହେଲା ଯେ , ସଂଗଠନ ପରିସରରୁ ଚାରି ଚକିଆ ଗାଡି ଚୋରୀ ମଧ୍ୟ ହେଲା ! ଯାହାକୁ ନେଇ କୌଣସି ଥାନାରେ ଅଭିଯୋଗ ଅବଶ୍ୟ ନାହିଁ ! ଏବେ ଦେଖନ୍ତୁ ରାଜଧାନୀ ଉପକଣ୍ଠ ମଞ୍ଚେଶ୍ୱର ଚକେଇସିଆଣୀ କେନାଲ ବନ୍ଧ ପାର୍ଶ୍ୱରେ ଥିବା ଅନୁଷ୍ଠାନର କାର୍ଯ୍ୟାଳୟ କୋଠା ! କୁହନ୍ତୁ ତ ଏବେ , ବିପନ୍ନ ଙ୍କୁ ସହାୟତା କରୁଛି ନାଁ ନାଇଁ ! ନହେଲେ ଏତେ ବଡ଼ କାର୍ଯ୍ୟାଳୟ ହେଲା କିପରି ! ଲାଗୁଛି ସୂଚନା ଅଧିକାର କର୍ମୀ କିମ୍ବା ଗଣମାଧ୍ୟମ ନଜର କୁ ଆସିନାହିଁ ସଂଗଠନ !

LEAVE A REPLY

Please enter your comment!
Please enter your name here