ଗ୍ୟାସ ଟାଙ୍କି ରେ ନିଆଁ ଲାଗି ଜଳିଗଲା ଘର : ଧନ ସମ୍ପତି ପୋଡିଯିବା ସହିତ ଚାରି ଜଣ ଆହତ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରୋଷେଇ କରିବାକୁ ଯାଇ ଗ୍ୟାସ ଲଗାଇବା ବେଳେ ଗ୍ୟାସ ଲିକ ହେଉଥିବା ଯୋଗୁଁ ଗ୍ୟାସ ଟାଙ୍କି ରେ ଲାଗିଲା ନିଆଁ ! ଆଉ ଦେଖୁ ଦେଖୁ ଘର ର ଚାରିଆଡେ ଲାଗି ଯାଇଥିଲା ନିଆଁ ! ପୁରା ଘର ସହିତ ସମସ୍ତ ଆସବା ପତ୍ର ଓ ଧନ ସମ୍ପତି ନିଆଁ ଲାଗି ଛାରଖାର ହୋଇ ଯାଇଛି ! ନିଆଁ କୁ ଆୟତ୍ତ କରିବାକୁ ଯାଇ ଘର ର ଚାରି ଜଣ ଆହତ । ସୂଚନା ମୁତାବିକ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଡକୁଳ ଗ୍ରାମ ପଞ୍ଚାୟତ ର ମହାନ୍ତି ସାହିର ଲୋକନାଥ ସାହୁ ଙ୍କ ଘରେ ଆଜି ସକାଳ ସମୟରେ ଏକ ଅଘଟଣ ଦେଖିବାକୁ ମିଳିଛି ! ଲୋକନାଥ ଙ୍କ ସାନ ବୋହୁ ଅମୂଲ୍ୟା ସାହୁ ସକାଳେ ରୋଷେଇ କରିବାକୁ ଯାଇ ଗ୍ୟାସ ଲଗେଇଥିଲେ ! ହଠାତ ଗ୍ୟାସ ଟାଙ୍କି ରେ ନିଆଁ ଲାଗି ଯାଇ ହୁତୁ ହୁତୁ ହୋଇ ଜଳିବାକୁ ଲାଗିଲା ! ଏହା ଦେଖି ଘରେ ଥିବା ଲୋକନାଥ ଙ୍କ ପରିବାର ଲୋକେ ନିଆଁ କୁ ଲିଭାଇ ବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ! ଶେଷରେ ଲୋକନାଥ ଙ୍କ ବଡ଼ ପୁଅ ଗ୍ୟାସ ଟାଙ୍କି ଟିକୁ ବଡ ମୁସ୍କିଲ ରେ ବାହାର କୁ ଆଣି ଫିଙ୍ଗିଦେଇଥିଲେ ! ସେତେବେଳକୁ ଘର ର ଚାରି ଆଡେ ନିଆଁ ଲାଗିଯାଇଥିଲା ! ଚାହୁଁ ଚାହୁଁ ଘର ସାରା ଲାଗିଗଲl ନିଆଁ l ନିଆଁକୁ ଆୟତ୍ତ କରିବା ଥିଲା ବଡ଼ ମୁସ୍କିଲ l ତେଣୁ ଗ୍ରାମର ମହିଳା ଓ ପୁରୁଷ ମାନେ ସମସ୍ତେ ଏକ ହୋଇ ନିଆଁ କୁ ଆୟତ୍ତ କରିବାକୁ ଲାଗିପଡ଼ିଥିଲେ ! ହେଲେ ନିଆଁ କୁ ଆୟତ କରିବା ଅସମ୍ଭବ ହୋଇପଡୁଥିବା ବେଳେ ଗ୍ରାମର ଯୁବକ ମାନେ ନିକଟସ୍ଥ ବାଲୁଗାଁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ! ତୁରନ୍ତ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଶେଷରେ ଆୟତ୍ତ କରିଥିଲେ ! ଘର ର ସମସ୍ତ ଆସବା ପତ୍ର ଠାରୁ ଆରମ୍ଭ କରି ଧନ ସମ୍ପତି ସବୁ ପୋଡି ଯାଇ ନଷ୍ଟ ହୋଇଯାଇଛି ! ଏହାରି ଭିତରେ ଲୋକନାଥ ଙ୍କ ସ୍ତ୍ରୀ, ସାନ ପୁଅ ଓ ସାନ ବୋହୁ ପୋଡି ଯାଇ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ହୋଉଥିବା ବେଳେ ବଡ ପୁଅ ଙ୍କ ପେଟ ଓ ମୁହଁ ରେ ନିଆଁ ଲାଗି ଆହତ ହୋଇଛନ୍ତି ! ଲୋକନାଥ ବହୁତ ଗରିବ ଶ୍ରେଣୀ ର ହୋଇଥିବା ହେତୁ ସରକାର ସାହାଯ୍ୟ କରିବା ପାଇଁ ପରିବାର ଓ ଗ୍ରାମବାସୀ ଅନୁରୋଧ କରିଛନ୍ତି ।।

Leave a Reply

Your email address will not be published. Required fields are marked *