ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରାଚୀନ ଉତ୍କଳ ଓ ଚିଲିକାର ବୈଭବ, ନୌବାଣିଜ୍ୟ ବାଲୁଗାଁ ଅଞ୍ଚଳର ସମୃଦ୍ଧଶୀଳ ସାଂସ୍କୃତିକ ସୃତିଚାରଣ ଏବଂ ପରମ୍ପରାକୁ ଉଜିବିତ ଉଦ୍ଦେଶ୍ୟରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଚିଲିକା ବୋଇତ ବନ୍ଦାଣ ମହୋତ୍ସବ କମିଟି ଆନୁକୁଲ୍ୟରେ ଚିଲିକା ତୀରରେ ଅବସ୍ଥିତ ବାଲୁଗାଁ ମହା ବିଦ୍ୟାଳୟ ପରିସରରେ ରବିବାର ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ୨୦୨୩ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ରବିବାର ପୂର୍ବାହ୍ନରେ ମଞ୍ଚପୂଜା କରାଯାଇ ଚିଲିକା ମଧ୍ୟରେ ଥିବା ମା କାଳିଜାଇ ଙ୍କ ଠାରୁ ଜ୍ୟୋତି ଆସିଥିଲା। ପରେ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ଦ୍ୟାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ଟୁକୁନି ସାହୁ, ମୁଖ୍ୟ ବକ୍ତା ଭାବେ ବିଜେଡି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର,ସାଂସଦ ମାନସ ମଙ୍ଗରାଜ, ବିଜେଡି ମୁଖପାତ୍ର ଅମିତ ମଲ୍ଲିକ, ଚିଲିକା ନିର୍ବାଚନ ମଣ୍ଡଳୀ ବିଜେଡି ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଉପସଭାପତି ସୌମ୍ୟ ଶଙ୍କର ଚକ୍ର ପ୍ରମୁଖ ଯୋଗଦେଇ ଚିଲିକାର ପୁରାତନ ନୌବାଣିଜ୍ୟ ପରମ୍ପରା ଉପରେ ସୃତିଚାରଣ କରିଥିଲେ। ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉତ୍ସବ କୁ ଉଦଘାଟନ କରାଯିବା ପରେ ସ୍ଥାନୀୟ ମହା ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସଙ୍ଗୀତ ଗାନ କରା ଯାଇଥିଲା ।
ଚିଲିକା ବୋଇତ ବନ୍ଦାଣ ମହୋତ୍ସବ କମିଟି ସଂଯୋଜକ ଡଃ କୈଳାସ ଚନ୍ଦ୍ର ମହାରଣା ଅତିଥି ପରିଚୟ ପ୍ରଧାନ କରିଥିବା ବେଳେ ସମ୍ପାଦକ ତଥା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ୍ ସଂପାଦକୀୟ ବିବରଣୀ ପାଠ କରିଥିଲେ। ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷ ଭଗବାନ ପ୍ରଧାନ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଜୟନ୍ତ ସ୍ୱାଇଁ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏହି ଉତ୍ସବ ରେ ଅନ୍ୟତମ ଅତିଥି ଭାବେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ, ବାଲୁଗାଁ ମହା ବିଦ୍ୟାଳୟ ଅଧ୍ୟକ୍ଷା ଡ଼ କଳ୍ପନା ଦାସ, ମହାବିଦ୍ୟାଳୟ କମିଟି ସଭାପତି ପ୍ରବାସ କୁମାର ସୁନ୍ଦରାୟ, କମିଟି ସଦସ୍ୟ ପ୍ରକାଶ କୁମାର ପ୍ରଧାନ, ସାଂସଦ ପ୍ରତିନିଧି ଅକ୍ଷୟ କୁମାର ରଣସିଂହ, ମତ୍ସ୍ୟ ବେବସାୟୀ ସଂଘ ସଭାପତି ଜୟନ୍ତ କୁମାର ସ୍ଵାଇଁ ପ୍ରମୁଖଙ୍କ ସମେତ ସମସ୍ତ କାଉନସିଲର ଉପସ୍ଥିତ ଥିଲେ। ଏହି ଅବସରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବାଲୁଗାଁ ଉପଖଣ୍ଡ ପୁଲିସ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ଏବଂ ଥାନା ଅଧିକାରୀ ଜୟପ୍ରକାଶ ପରିଡ଼ାଙ୍କୁ କମିଟି ପକ୍ଷରୁ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇ ଥିଲା। ଶେଷରେ ବଣିଜ ସଂଘ ସଭାପତି ରବି ନାରାୟଣ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହା ପରେ ରାତ୍ରି ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ପରେ ସୋମବାର ପ୍ରାତଃ ୫ଟାରେ ଆତସବାଜି ପ୍ରଦର୍ଶନ ସହ ପାରମ୍ପରିକ ବୋଇତ ବନ୍ଦାଣ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ୨ଦିନ ବ୍ୟାପୀ ଅନୁଷ୍ଠିତ ଏହି ମହୋତ୍ସବ ଆଜି ରାତିରେ ଉଦଯାପନୀ ହେବ। ଶାନ୍ତିଶୃଙ୍ଖଳା ପାଳନ ନିମନ୍ତେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।।