ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ନେତୃତ୍ୱରେ ନୟାଗଡରେ ବିଶାଳ ମହିଳା ସମାବେଶ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ର ରାଣୀମା ତଥା ପୂର୍ବତନ ସାଂସଦ ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ନେତୃତ୍ୱରେ ଏକ ବିଶାଳ ମହିଳା ସମାବେଶ ନୟାଗଡ଼ ପୁରୁଣା ରାଜବାଟି ନିକଟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ରେଳବାଇ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଦର୍ଶନା ଜର୍ଦୋଷ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ପୁରୀ ଲୋକସଭା ଦଳୀୟ ପ୍ରାର୍ଥୀ ଡା ସମ୍ବିତ ପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ନୟାଗଡରେ ନାରୀ ସଶକ୍ତିକରଣ ନାମରେ ଯେଭଳି ଭୁଆଁ ବୁଲାଯାଉଛି ତା ବିରୁଦ୍ଧରେ ଲଢେଇକୁ ଜୋରଦାର କରି ପ୍ରକୃତ ନାରୀ ସଶକ୍ତିକରଣ କରିବା ପାଇଁ ରାଣୀମା ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଆହ୍ୱାନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ମହିଳା ସଶକ୍ତିକରଣ ନିମନ୍ତେ କରାଯାଇଥିବା ସମସ୍ତ ଯୋଜନା କିଭଳି ରାଜ୍ୟ ସରକାର ନିଜ ଯୋଜନା କହି ଲୋକଙ୍କ ନିକଟରେ ମିଥ୍ୟା ପ୍ରଚାର କରୁଛନ୍ତି ତା ବିଷୟରେ ମଧ୍ୟ ନିଜ ବକ୍ତବ୍ୟରେ କହିଥିଲେ । ଶ୍ରୀମତୀ ଦର୍ଶନା ଜର୍ଦୋଷ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ମହିଳା ସଶକ୍ତିକରଣ ନିମନ୍ତେ ହୋଇଥିବା ବିଭିନ୍ନ ଯୋଜନା ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଡା ସମ୍ବିତ ପାତ୍ର ନୟାଗଡ଼ ଚିନିକଳ ଠାରୁ ଆରମ୍ଭ କରି ନୟାଗଡ଼ର ବିଭିନ୍ନ ସମସ୍ୟା ଉପରେ ଉପସ୍ଥିତ ନୟାଗଡ଼ର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ମା’ ମାନଙ୍କୁ ନିଜର ଅଭିଭାଷଣରେ ସନ୍ଦେଶ ଦେଇଥିଲେ ଏବଂ ନୟାଗଡରେ ବିଜେପିର ବିଜୟ ପରେ ନୟାଗଡରେ ଚିନିକଳ ନିଶ୍ଚିତ ଭାବେ ଖୋଲିବ ଏହା ଉପରେ ଦୃଢୋକ୍ତି ପ୍ରକାଶ କରିଥିଲେ । ରାଜ୍ୟ ପଞ୍ଚାୟତିରାଜ ରାଜ୍ୟ ପ୍ରଭାରୀ ଶଙ୍କର୍ଷଣ ପରିଡା, ଜିଲ୍ଲା ସଭାପତି ତାପସ ରଞ୍ଜନ ମାର୍ଥା, ନାରିନେତ୍ରୀ ଆରତୀ ଗୌଡ଼, ଗମ୍ଭାରୀଡ଼ିହି ସରପଞ୍ଚ ଶ୍ରୀମତୀ ଉଷାରଣୀ ପଟ୍ଟନାୟକ, ବରିଷ୍ଠ ବିଜେପି ନେତା ନସିର ଅହମ୍ମଦ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରହଲ୍ଲାଦ ବରାଡ଼, ସନ୍ତୋଷ ପ୍ରଧାନ, ରଞ୍ଜନ କୁମାର ପଣ୍ଡା, ସୌମ୍ୟ ରଞ୍ଜନ ପ୍ରଧାନ , ଦିଲ୍ଲୀପ ବେହେରା, ଅକ୍ଷୟ ବେହେରା, ହରଷ ଚନ୍ଦ୍ର ପଣ୍ଡା, ରଜନୀକାନ୍ତ ନନ୍ଦ, ପ୍ରମୋଦ କୁମାର ବେହେରା ସମେତ ୨୦୦୦ରୁ ଉର୍ଦ୍ଧ୍ବ ମହିଳା ଏହି ସମାବେଶରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *