ବନ୍ଧୁକ ମୂନରେ ସୁନା ଦୋକାନୀଙ୍କ ଠାରୁ ଲୁଟ !

0
223

ଯାଜପୁର ( ଆୱାଜ ମିଡ଼ିଆ ) – ଆଦିତ୍ୟ ମହାନ୍ତି : ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧିନ ମଙ୍ଗଳପୁର ବଜାରରେ ଥିବା ଲକ୍ଷୀ ଗଣେଶ ଜୁଏଲାରୀ ର ମାଲିକ ପାଲଟପୁର ପଂଚାୟତର ପ୍ରଭାକର ସାହୁ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଷାଠିବାଟି ଠାରେ ଲୁଟେରାଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ୩ ଟି ବାଇକରେ ୬ ଜଣ ଲୁଟେରା ବନ୍ଧୁକରେ ପ୍ରଭାକରଙ୍କ ମୁଣ୍ଡକୁ ଆଘାତ କରି ତାଙ୍କ ପାଖରେ ଥିବା ଲକ୍ଷାଧିକ ଟଙ୍କାର ସୁନା, ନଗଦ ୨୦ ହଜାର ଟଙ୍କା ଓ ମୋବାଇଲ ଲୁଟି ନେଇ ଫେରାର ହୋଇଯାଇଥିଲେ । ପରେ ଲୋକ ସେମାନଙ୍କ ପିଛା କରିଥିବା ବେଳେ ଗୋଟିଏ ବାଇକ, ବନ୍ଧୁକ ପାଇଥିବା ବେଳେ ୨ ଜଣ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି । ଆହତ ଜଣକ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭତ୍ତି ହୋଇଛନ୍ତି . ତେବେ ଲୁଟେରା ଦ୍ୱୟ ମଧ୍ୟ ଆହତ ହୋଇଥିବାରୁ ସେମାନଙ୍କୁ ଯାଜପୁର ଟାଉନ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନନ୍ତରିତ କରାଯାଇଛି । ଘଟଣା ସ୍ଥଳରେ ଓ ମେଡିକାଲ ପରିସରରେ ଉତ୍ତେଜନା ଲାଗି ରହିଛି । ମଙ୍ଗଳପୁର ପୁଲିସ ଘଟଣା ସ୍ଥଳେ ପହଂଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ଘଟାଇଥିବା ଅନ୍ୟ ୪ ଜଣ ଲୁଟେରା ଫେରାର ହୋଇ ଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here