ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କାଶୀନଗର ବ୍ଲକ ହାଡୁଭାଙ୍ଗୀ ଗ୍ରାମରେ ବୃହତ ଉଠା ଜଳସେଚନ ପ୍ରକଳ୍ପକୁ ନେଇ କାଶୀନଗର ବ୍ଲକ ର ସମସ୍ତ ଗ୍ରାମ ପଞ୍ଚାୟତ ରୁ ଆସିଥିବା ଚାଷୀଭାଇ ମାନଙ୍କୁ ନେଇ ଏକ ବିରାଟ ସଭାର ଆୟୋଜନ ହୋଇଥିଲା । ଏହି ଅବସରରେ ବରିଷ୍ଠ ନେତା ତଥା ହାଇଟେକ ଗୃପ ଅଧ୍ୟକ୍ଷ ଡ଼ଃ. ତିରୁପତି ପାଣିଗ୍ରାହୀ, ଯୁବନେତା ଇଂ.ରୂପେଶ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ଶ୍ରୀମତି ବାଲ୍ଲା ସାୟମ୍ମା, ଗୋସାଣି ବ୍ଲକ ଅଧ୍ୟକ୍ଷ ଶ୍ରୀ ଏନ . ବୀରାରାଜୁ, ବିଜେଡ଼ି ରାଜ୍ୟ ସମ୍ପାଦକ ମରୁତ ପାଲ, ଜୋନ ନଂ ୬ ଜିଲ୍ଲା ପରିଷଦ ସଭ୍ୟ ଏସ .ବାଲାରାଜୁ ଗଜପତି ରାଓ ଏବଂ ସମସ୍ତ ଗ୍ରାମପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟମାନେ ପ୍ରମୁଖ ଯୋଗ ଦେଇଥିଲେ ।

