ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଉତ୍କଳର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ବାଲୁଗାଁ ଚିଲିକା ଉପକୂଳରେ ଚିଲିକା ବୋଇତ ବନ୍ଦାଣ ଉତ୍ସବ କମିଟିର ଆୟୋଜନ କ୍ରମେ ବାଲୁଗାଁ ମହାବିଦ୍ୟାଳୟ ପରିସରର ଉତ୍ସବ ମଞ୍ଚରେ ଏକ ମନୋଜ୍ଞ ଚିଲିକା ଗୀତ ଆସର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଚିଲିକା ସାହିତ୍ୟ ସମାଜର ସଭାପତି କବି ବାଳମୁକୁନ୍ଦ ଦାସଙ୍କ ପୌରହିତ୍ୟରେ ପରିଚାଳିତ ଏହି ଗୀତ ଆସରରେ ସାହିତ୍ୟ ସମାଜ ର ପ୍ରତିଷ୍ଠିତ ୨୦ ଜଣ କବି, ଗାଳ୍ପିକ ,ନାଟ୍ୟକାର ଯୋଗ ଦେଇ ଚିଲିକା ଉପରେ ସ୍ଵରଚିତ ସୁନ୍ଦର କବିତା, ଗଳ୍ପ ପାଠ କରି ଉପସ୍ଥିତ ଶ୍ରୋତାମାନଙ୍କଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲେ ।

ପ୍ରାରମ୍ଭରୁ ଓଡ଼ିଆ ଭାଷା ସାହିତ୍ୟର ପ୍ରଖ୍ୟାତ କବି କବିବର ରାଧାନାଥଙ୍କ ରଚିତ ” ଚିଲିକା” କାବ୍ୟ ପଣ୍ଡିତ ଗୋପବନ୍ଧୁଙ୍କ ରଚିତ ” ରେଳ ଉପରେ ଚିଲିକା ଦର୍ଶନ “ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ରଚିତ “କାଳି ଜାଇ”ରସିକ କବି ମାୟାଧର ମାନସିଂହଙ୍କ ରଚିତ “କମଳାୟନ: ଉତ୍ତର ଖଣ୍ଡ” ,ପାଇକ କବି କୃଷ୍ଣ ତ୍ରିପାଠୀଙ୍କ ରଚିତ ” ଜୀବନର ପ୍ରିୟା ଚିଲିକା” ଓ ଶିଶୁ କବିତା”କାଳିଜାଇରେ ସଂଧ୍ୟା “ପରି କାଳଜୟୀ କବିତା ସହିତ ଉପସ୍ଥିତ କବି ଶିବ ମିଶ୍ର,ପୁରୁଷୋତ୍ତମ ମହାପାତ୍ର, ଭିକାରୀଚରଣ ପ୍ରଧାନ,ରଙ୍କ ନାଥ ସେଠୀ, ଦିଗମ୍ବର ବିଶ୍ଵାଳ, ଶିଶିର ଦାସ,ବିଜୟକୁମାର ସାହୁ, ଶେଷ ଦେବ ମହାରଣା, ହିଂମାଶୁ ମହାପାତ୍ର, ପ୍ରହଲ୍ଲାଦ ବେହେରା, ପବିତ୍ର ବେହେରା ,ରୋଜି ମିଶ୍ର, ପ୍ରିୟ ଦର୍ଶିନୀ ମହାରଣା, ଡଃ କୈଳାସ ମହାରଣା, ସଂଗ୍ରାମ ବେହେରା , କାର୍ତ୍ତିକେଶ୍ଵର ଜେନା, ସୌମ୍ୟକାନ୍ତ ତ୍ରିପାଠୀ,ସ୍ଵରଚିତ ସୁନ୍ଦର ଚିଲିକା କବିତାଗୁଡ଼ିକୁ ପାଠ କରି ପରିବେଶକୁ ଆବେଗପୂର୍ଣ୍ଣ ଚିତାକର୍ଷକ ମନୋମୁଗ୍ଧକର କରାଯାଇଥିଲା । କବି ଗୋପୀନାଥ ଦାଶ ଏହାକୁ ସଂଯୋଜନା କରିଥିବା ବେଳେ କବି ଅଧ୍ୟାପକ ଲକ୍ଷ୍ମୀଧର ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ ।

