ଭସାଣୀ ସମୟରେ କାହିଁକି ଡିଜେ ବାଜିଲା ନାହିଁ : ସମ୍ପାଦକଙ୍କୁ କାଠ ଫାଳିଆରେ ଦୁର୍ବୁତ୍ତ ଙ୍କ ମରଣାନ୍ତକ ଆକ୍ରମଣ !!!

0
195

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଶାନ୍ତି ୟୁଥ୍ ଆସୋସିଏସନ୍ ବରମୁଣ୍ଡା ହାଉସିଙ୍ଗ ବୋର୍ଡ କଲୋନୀ ଭୁବନେଶ୍ୱର ତରଫରୁ ମା ଶ୍ୟାମାକାଳୀ ଭସାଣୀ ସମୟରେ ଏକ ଅପ୍ରୀତିକର ଘଟଣା ଘଟିଯାଇଛି । ସୂଚନାଯୋଗ୍ୟ ଯେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା, ସମାଜସେବୀ ତଥା ଶାନ୍ତି ୟୁଥ୍ ଆସୋସିଏସନ୍ ର ସାଧାରଣ ସମ୍ପାଦକ ଗଣେଶ ଚନ୍ଦ୍ର ସାମନ୍ତଙ୍କ ନେତୃତ୍ୱରେ ମା ଶ୍ୟାମାକାଳୀ ଭସାଣୀ ସମୟରେ କାହିଁକି ଡିଜେ ବାଜିଲା ନାହିଁ ବୋଲି କହି ଏକ ଅସାମାଜିକ ଯୁବକ ଷଣ୍ଡସାହି ବସ୍ତିରେ ରହୁଥିବା ପ୍ରଶାନ୍ତ କୁମାର ବଳ , ଶ୍ରୀ ଗଣେଶ ଚନ୍ଦ୍ର ସାମନ୍ତଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ଏକ କାଠ ଫାଳିଆରେ ଅତି ନିର୍ମମ ଭାବରେ ପ୍ରହାର ଉପରେ ପ୍ରହାର କରି ତାଙ୍କର ମୁଣ୍ଡକୁ ଫଟାଇ ଲହୁ ଲୁହାଣ କରି ଫେରାର ହୋଇଯାଇଛି । ଶାନ୍ତି ୟୁଥ୍ ଆସୋସିଏସନ୍ ଭିତରେ ଗଣେଶ ଚନ୍ଦ୍ର ସାମନ୍ତ ଅଚେତ ହୋଇ ପଡିଥିବା ସମୟରେ ଭସାଣୀରେ ଥିବା କିଛି ଆସୋସିଏସନ୍ ର ଯୁବକ ଖବର ପାଇ ସଂଗେ ସଂଗେ ଗଣେଶଙ୍କୁ ପାଖରେ ଥିବା ସମ୍ ହସପିଟାଲକୁ ନେଇ ଯାଇଥିଲେ । ସେଠାରେ ଗଣେଶଙ୍କ ମୁଣ୍ଡରେ ଷ୍ଟିଚ୍ କରି ଘରକୁ ନେଇ ଆସିଥିଲେ । କିନ୍ତୁ ଦୁଇ ଦିନ ପରେ ଗଣେଶଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା , ସେ ତୁରନ୍ତ ସ୍ପର୍ଶ ହସ୍ପିଟାଲ ଆୟୁଷରେ ଚିକିତ୍ସା ପାଇଁ ଯାଇଥିଲେ । ସେଠାରେ ଛଅ ଦିନ ଚିକିତ୍ସା ହେବା ପରେ ସେ ଏବେ ଘରକୁ ଆସିଛନ୍ତି। ଗଣେଶ ଚନ୍ଦ୍ର ସାମନ୍ତ ଜଣେ ଭଦ୍ର, ସରଳ ଓ ନିରୀହ ବ୍ୟକ୍ତି ହୋଇଥିବାରୁ ତାଙ୍କ ଉପରେ ଏପରି ଅମାନୁଷିକ ବର୍ବରତାର ଆକ୍ରମଣକୁ ସର୍ବସାଧାରଣରେ ତୀବ୍ର ନିନ୍ଦା କରାଯାଇଛି ।

 

LEAVE A REPLY

Please enter your comment!
Please enter your name here