ଯୁବ ପ୍ରତିଭାର ଆଦର୍ଶ : ବାଣପୁର ର ତାପସ ଭାଇ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜଣେ ଯୁବ ସୁଲଭ ପ୍ରତିଭା, ଅନନ୍ୟ ଆଦର୍ଶ ଆଉ ସ୍ୱାଭିମାନର ପ୍ରତୀକ ଦକ୍ଷ ସଂଗଠକ ତଥା ବାଣପୁର ର ଯୁବ ପ୍ରତିଭା ତାପସ ଭାଇ ! ଏକଦା ଉତ୍କଳର କଥା,ଗାଥା, ପରମ୍ପରା,ଜନ ସମାଜ,ଶିକ୍ଷା,ଶାସନ ତନ୍ତ୍ର,ଶିଳ୍ପ,ବାଣିଜ୍ୟ ଓ ରାଜନୀତି ଆଦି ସାମାଜିକ ବିକାଶର ଅନୁଭବ ସ୍ତରରେ ଦ୍ୱିଗୁଣିତ ହେଉଥିଲା,ଠିକ୍ ସେହି ସମୟରେ ବିଦେଶୀ ବା ଅଣଓଡ଼ିଆ ମାନଙ୍କର କୃର ଚକ୍ରାନ୍ତ, ଓଡ଼ିଆ ଭାଷା ଓ ସାହିତ୍ୟ ସଂସ୍କୃତିର ବିଲୋପ ଦିଗରେ ହୀନ ଚେଷ୍ଟା ଚାଲିଥିଲା ସେହି ସନ୍ଧି କ୍ଷଣରେ ଅନେକ ଯୋଗ ଜନ୍ମା,ସାରସ୍ବତ ବରେଣ୍ୟ ସାଧକ ନିଜର ପ୍ରଚେଷ୍ଟା ବଳରେ ଓଡ଼ିଆର ସ୍ଵତନ୍ତ୍ରତା ପାଇଁ ସ୍ଵର ଉତ୍ତୋଳନ କରି ଭାଷା ଓ ଜାତିକୁ ବଞ୍ଚାଇଥିଲେ । ଆଜି ଆମ ଗହଣରେ ମଧ୍ୟ ଅନେକ ନବୀନ ପ୍ରବୀଣ ପ୍ରତିଭା ଅଛନ୍ତି ଯେଉଁ ମାନେ ସେହି ମହା ମାନବଙ୍କ ପ୍ରେରଣାରେ ଉଦବୁଦ୍ଧ ହୋଇ ଆମ ଭାଷା ଆଉ ସାହିତ୍ୟକୁ ଭଲପାଇ ଏଥିରେ ପିଲାଦିନୁ ନିଜର ରୁଚି ରଖି ଆଜି ସମାଜ ଆଗରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ସେଇଭଳି ଜଣେ ହେଉଛନ୍ତି ବାଣପୁର ବରଡି ଗ୍ରାମର ଯୁବ ଯାତ୍ରା ନିର୍ଦ୍ଦେଶକ ତାପସ ପାତ୍ର ! ପିତା ସ୍ୱର୍ଗତ ବିଜୟ ପାତ୍ର ଓ ମାଆ ବାସନ୍ତୀ ପାତ୍ର କୋଳମଣ୍ଡନ କରି ୧୯୮୦ ମସିହାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧିନସ୍ଥ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ବରଡି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ତାପସ ପାତ୍ର ।

ପିଲାଟି ଦିନରୁ ଅଭିନୟ ପତି ରୁଚି ରଖିଥିବା ତାପସ ପାତ୍ର ଆଜି ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା ପାତ୍ର ପାଲଟି ଛନ୍ତି। ୧୯୯୫ ମସିହା ରେ ନରେନ୍ଦ୍ରପୁର ଉପେନ୍ଦ୍ର ବିଦ୍ୟା ପୀଠରେ ତାପସ ପାତ୍ର ପ୍ରାଥମିକ ଅଧ୍ୟୟନ କରୁଥିବା ସମୟରେ ପ୍ରଥମେ ବିଦ୍ୟାଳୟର ବାର୍ଷିୋତ୍ସବ ରେ ବିଦ୍ୟାଳୟର ଶିକ୍ଷକ ପ୍ରମୋଦ ମହାପାତ୍ର ଙ୍କ ରଚୟିତ କାଳୀଜାଇ ନାଟକ ରେ ପାରିକୁଦ କେଉଟ ଭାବେ ଅଭିନୟ କରିଥିଲେ। ଓ ତା ପରେ ପରେ ୧୯୯୯ ମସିହାରେ ନିଜ ଗ୍ରାମରେ ହୋଇଥିବା “ଅଧା ରହିଗଲା ଚଉଠୀ ରାତି” ନାଟକ ରେ ମଧ୍ୟ ଅଭିନୟ କରିଥିଲେ। ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୪୦ ରୁ ୪୫ ଟି ନାଟକ ରେ ଅଭିନୟ କରି ସାରିଲେଣି। ନିଜେ ଅଭିନୟ କରିବା ସହିତ ଯାତ୍ରା ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ତାପସ ପାତ୍ର। ଅଭିନୟ କରିଥିବା କେତୋଟି ନାଟକ “ବର୍ଷା ରାଣୀର ଭିଜା ଓଢୋଣୀ”, “ଫଗୁଣ ଦେଇଛି ପହିଲି ଚିଠି”, “ବାଜିବ ଲୋ ସାହା ନାଇ”, “କିଏ କଲା ମୁନି କୁ ବଦନାମ”, “ଦ୍ରପୋଦି ଲେଖୁଛି ମହା ଭାରତ”, “ଅଲକ୍ଷଣୀ”, “ଖରାପ ଝିଅର ଗପ”, “ସୁଖ ଆସିଥିଲା ଭଗାରି ହୋଇ”, “ଏମିତି ଭୂଲ କେବେ ହେବନି”, “କର୍ଣ୍ଣ ଖୋଜୁଛି ତା ନିଜ ଠିକଣା”, “ଦୁଃଖୀ ମଣିଷର ଇଜତ କେତେ”, କହ୍ନେଇ ରାଜା ମୋ ବାଇଦ ବଜା ପରି ଆହୁରି ଅନେକ ନାଟକ ରେ ମଧ୍ୟ ଅଭିନୟ କରି ସାରିଲେଣି। ଅନେକ ନାଟକ ରେ ମଧ୍ୟ ସେ ନିର୍ଦ୍ଦେଶନା ଦେଇ ସାରିଲେଣି ନିର୍ଦ୍ଦେଶନା ଦେଇଥିବା ନାଟକ “ସୁଖ ଆସିଥିଲା ଭଗାରି ହୋଇ”, “ନାହିଁ ହୁଳହୁଳି ନାହିଁ ଶବାରି”, “ଖରାପ ଝିଅର ଗପ” ଅନେକ ନାଟକ ରେ ନିର୍ଦ୍ଦେଶନା ଦେଇ ସାରିଲେଣି। ତାପସ ପାତ୍ର ଙ୍କ ଏହି ସଫଳତା ର ଶ୍ରେୟ ତାଙ୍କ ଗୁରୁ ଦିଲ୍ଲୀପ କୁମାର ବିଶ୍ବାଳ(ଡ଼ାକ ସାର), ଓଡ଼ିଶାର ଚର୍ଚ୍ଚିତ ବରିଷ୍ଟ ନିର୍ଦ୍ଦେଶକ ଆଶୁତୋଷ ମହାପାତ୍ର, ରାଜ ଗୁରୁ ବିଜୟ ଦାସ ଙ୍କ ସମେତ ତାଙ୍କ ପରିବାର ବର୍ଗ କୁ ଦେଇଥିବାର କହିଛନ୍ତି ତାପସ।।

 

 

Leave a Reply

Your email address will not be published. Required fields are marked *