ଡେରାବିଶରେ ଚାଞ୍ଚଲ୍ୟ : ବନ୍ଧୁକ ମୁନରେ ଝିଅ କୁ ଉଠାଇ ନେଲେ ବାପ ଘର ଲୋକେ ଓ ଗୁଣ୍ଡା !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : ସ୍ୱାମୀ ପାଖରୁ ସ୍ତ୍ରୀକୁ ଉଠେଇ ନେଲେ ଗୁଣ୍ଡା । ଡେରାବିଶରେ ଚାଞ୍ଚଲ୍ୟ , ବନ୍ଧୁକ ମୁନରେ ଝିଅ କୁ ଉଠାଇ ନେଲେ ବାପ ଘର ଗୁଣ୍ଡା । ଡେରାବିଶ ଥାନା ଅନ୍ତର୍ଗତ ପଲେଇ ଗ୍ରାମର ଅଭିମନ୍ୟୁ ଲେଙ୍କା ନାମକ ଜଣେ ଯୁବକ ଭୁବଵେଶ୍ୱର ପାଣ୍ଡରା ଅଞ୍ଚଳର ଆୟେଶା ପଟନାୟକଙ୍କୁ ଗତ ୯ ତାରିଖରେ ପ୍ରେମ ବିବାହ କରିଥିଲେ । ପୂର୍ବରୁ ଉଭୟଙ୍କ ମଧ୍ୟରେ ଦୁଇ ବର୍ଷ ହେବ ପ୍ରେମ ସମ୍ପର୍କ ରହିଥିଲା । କିନ୍ତୁ ଏ ବିବାହରେ ଉଭୟ ପକ୍ଷଙ୍କ ଘର ଲୋକେ ରାଜି ନଥିଲେ । ତେଣୁ ଅଭିମନୁ ଲେଙ୍କା ସ୍ତ୍ରୀ ଆୟେଶା ଙ୍କୁ ନେଇ ଡେରାବିଶ ବିଷକ ଗ୍ରାମରେ ରହିଥିଲେ । ଆୟେଶା ଙ୍କ ଘର ଲୋକେ ଏ ନେଇ ମଞ୍ଚେଶ୍ୱର ଥାନାରେ ଏକ ମିସିଙ୍ଗ କେଶ କରିଥିଲେ । ଏପଟେ ଅଭିମନ୍ୟୁଙ୍କ ବାପା ମଧ୍ୟ ଡେରାବିଶ ଥାନାରେ ପୁଅ ନିଖୋଜ ଥିବା ଅଭିଯୋଗ କରିଥିଲେ । ଦୁଇ ପ୍ରେମୀ ଯୁଗଳ କୋର୍ଟ ମ୍ୟାରେଜ କରିବା ପରେ ଥାନାକୁ ଯାଇ ନିଜ ବୟାନ ଦେଇଥିଲେ । ଦୁହେଁ ସାବାଳକ ଥିଲେ ଓ ଆୟେଶା ନିଜ ଇଚ୍ଛାରେ ଘର ଛାଡି ଆସିଛନ୍ତି ବୋଲି ବୟାନ ଦେବା ସହ ସ୍ୱାମୀ ପାଖରେ ରହିବେ ବୋଲି କହିଥିଲେ । ଫଳରେ ପୋଲିସ ଦୁଇ ପ୍ରେମୀ ଯୁଗଳଙ୍କୁ ଏକାଠି ରହିବାକୁ ଅନୁମତି ଦେଇଥିଲେ ଓ ଦୁହେଁ ବିଷକ ଗ୍ରାମରେ ରହୁଥଲେ । କିନ୍ତୁ ଗତ 23 ତାରିଖ ଦିନ ଝିଅ ଆୟେଶା ର ବାପା ଗୌତମ ପଟନାୟକ, ମା ଅନୁସୟା ପଟନାୟକ ଓ ତାଙ୍କର କିଛି ସହଯୋଗୀ ଗୁଣ୍ଡା ବିଳମ୍ବିତ ରାତି ରେ ପଶି ଫିଲ୍ମ ଷ୍ଟାଇଲ ରେ ଅଭିମନୁ ଲେଙ୍କାଙ୍କୁ ବନ୍ଧୁକ ଦେଖାଇ ଡରାଇ ଧମକାଇ ତାଙ୍କ ସ୍ତ୍ରୀ ଆୟେଶା ପଟନାୟକ ଙ୍କୁ ଜୋର ଜବରଦସ୍ତ ଉଠାଇ ନେଇଥିଲେ ! ପରେ ଅଭିମନୁ ନିଜ ଶାଶୁ ଶଶୁର ଓ ତାଙ୍କ ସହଯୋଗୀ ଗୁଣ୍ଡାଙ୍କ ନାମରେ ଡେରାବିଶ ଥାନାରେ ଅପହରଣର ଅଭିଯୋଗ ଆଣିଛନ୍ତି ।

Leave a Reply

Your email address will not be published. Required fields are marked *