ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବାଲୁଗାଁ ନାଚୁଣୀ ଥାନା ଅଞ୍ଚଳରେ ବାଲୁଗାଁ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ତିନି ଜଣ ଚୋରା ଦେଶୀ ମଦ ବେପାରୀ ଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୨୦ ଲିଟର ଦେଶୀ ମଦ ଓ ଏକ ସ୍କୁଟି ଜବତ କରାଯାଇଛି ! ଉକ୍ତ ଥାନା ଅଞ୍ଚଳରେ ଚୋରା ଦେଶୀ ମଦ କାରବାର ହେଉଥିବାର କୌଣସି ସୂତ୍ରରୁ ଖବର ପାଇ ବାଲୁଗାଁ ଅବକାରୀ ବିଭାଗ ଚଢାଉ କରି ନାଚୁଣୀ ଥାନା ଅଞ୍ଚଳର କୁଲେଇ ଗ୍ରାମର ଲିଲି ମହାରଥୀ (୪୩) ଙ୍କ ନିକଟରୁ ୩୦ ଲିଟର , ବାଲୁଗାଁ ଥାନା ଅଞ୍ଚଳର ଲମ୍ଭୋଧରପୁର ଗ୍ରାମର ବିକ୍ରମ ସିଂ(୩୫) ଙ୍କ ନିକଟରୁ ୩୦ ଲିଟର ଓ ବାଣପୁର ଥାନା ଅଞ୍ଚଳର କୋଷୋରଡା ଗ୍ରାମର ପ୍ରଫୁଲ୍ଲ ଶବର (୨୫) ଙ୍କ ନିକଟରୁ ୬୦ ଲିଟର ଚୋରା ଦେଶୀ ମଦ ସମେତ ଏକ ସ୍କୁଟି ଜବତ କରିଛି ! ସମସ୍ତଙ୍କ ବିରୁଧରେ ବାଲୁଗାଁ ଅବକାରୀ ଥାନାରେ ପିଆର କେସ ନଂ ୧୫୯,୧୬୦,୧୬୧ / ୨୩-୨୪ ତିନି ଗୋଟି ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବାର ବାଲୁଗାଁ ଅବକାରୀ ଅଧିକାରୀ ମନୋଜ ବାରିକ ସୂଚନା ଦେଇଛନ୍ତି ।
ବାଣପୁର ବାଲୁଗାଁ ନାଚୁଣୀ ଥାନା ଅଞ୍ଚଳରେ ଅବକାରୀ ଚଢାଉ : ତିନି ଗିରଫ !!!

