ପିଡ଼ିଏଫ ଚାଉଳ ହେରଫେର ପ୍ରତିବାଦରେ ପଞ୍ଚାୟତ ଆଗରେ ଧାରଣା !!!

0
136

ରାସଗୋବିନ୍ଦପୁର ( ଆୱାଜ ମିଡ଼ିଆ ) – ଚନ୍ଦନ କୁମାର ଦାସ : ପି. ଡ଼ି. ଏଫ ଚାଉଳ ହେରଫେର ପ୍ରତିବାଦରେ ପଞ୍ଚାୟତ ଆଗରେ ଧାରଣା । ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ଗଡିଘାଟି ପଞ୍ଚାୟତ ର କିଛି ରାସନ୍ କାର୍ଡ ହିତାଧିକାରୀଙ୍କୁ ଡିଲର ଚାଉଳ ନଦେଇ କାର୍ଡ ରେ ୩ ମାସର ଚାଉଳ ଇସ୍ୟୁ କରି ଲୋକଙ୍କୁ ଠକିଥିବା ଅଭିଯୋଗ ଆସିଛି । ତେବେ ରାଜ୍ୟ ସରକାର ବଣ୍ଟନ ରେ ସ୍ବଚ୍ଛତା ଆଣିବା ପାଇଁ ପ୍ରତ୍ୟେକ ପଞ୍ଚାୟତ ର ସ୍ବୟଂ ସହାୟକା ମା ମାନଙ୍କୁ ଦାୟିତ୍ୱ ଦେଇଛନ୍ତି । କିନ୍ତୁ ଏଠାରେ ଵାଡ ଫସଲ ଖାଉଥିବା ଅଭିଯୋଗ ଆସିଛି । ସୂଚନା ମୁତାବକ ଗଡିଘାଟି ପଞ୍ଚାୟତ ରେ ସ୍ୱାଗତିକା ସ୍ୱୟଂ ସହାୟିକା ଗୋଷ୍ଠୀ ତରଫରୁ ପ୍ରାୟ ୩୦୦ ରୁ ଉର୍ଦ୍ଧ୍ବ କାର୍ଡଧାରୀ ଙ୍କୁ ୨ ମାସର ଚାଉଳ ଦେଇ ୩ ମାସର ଦିଆଯାଇଛି ବୋଲି ଖାତାରେ ଉଲ୍ଲେଖ କରିଥିଲେ । ଏବଂ ୩୦ରୁ ଉର୍ଦ୍ଧ୍ବ ଲୋକ ଙ୍କୁ ୩ ମାସର ଚାଉଳ ଇସ୍ୟୁ କରି ଆଦୌ ଚାଉଳ ନ ଦେଇ ଚାଉଳ ଆସିଲେ ଦିଆଯିବ ବୋଲି କହିଥିଲେ । ଆଉ କିଛି ଲୋକଙ୍କୁ ଚାଉଳ ବଦଳରେ ୧୦୦୦ ଟଙ୍କା ଦିଆ ଯାଇଥିବା ଜଣାପଡିଛି । ତେବେ ହିତାଧିକାରୀ ମାନେ ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ୩ ମାସର ଚାଉଳ ଡିଲର୍ ଆଣି ସାରିଥିବା ଜଣାପଡିଥିଲା । ତେଣୁ ହିତାଧିକାରୀ ମାନେ ବିଭିନ୍ନ ମହଲରେ ଅଭିଯୋଗ କରି ନିରାଶ ହେବାପରେ ପଞ୍ଚାୟତ ଆଗରେ ଧାରଣା ରେ ବସିଥିଲେ । ଖବର ପାଇ ଅତିରିକ୍ତ ବିଡ଼ିଓ ଜୟକୃଷ୍ଣ ନାଏକ ଉପସ୍ଥିତ ହୋଇ ହିତାଧିକାରୀ ଙ୍କୁ ବୁଝାସୁଝା କରି ଡିଲର୍ ଙ୍କୁ ତାଗିଦ୍ କରିବା ସହ ୨୪ଘଣ୍ଟା ଭିତରେ ବାକିଥିବା ଚାଉଳ ଦେବାକୁ ଆଦେଶ ଦେଇଥିଲେ । ଏଥିରେ ଲୋକେ ସନ୍ତୁଷ୍ଟ ହୋଇ ଏବିଡିଓ ଙ୍କୁ ଧନ୍ୟବାଦ ଦେଇ ଧାରଣ ରୁ ଓହରି ଯାଇଥିଲେ ।

LEAVE A REPLY

Please enter your comment!
Please enter your name here