ବିଜେପି ର ବ୍ୟାନର ଲେଖାକୁ ନେଇ ବାଙ୍କୀ ରେ ଚର୍ଚ୍ଚା ସବୁଠି !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଆଉ ଗୋଟେ ମାସ ପରେ ସାଧାରଣ ନିର୍ବାଚନ | ବାଙ୍କୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଦଳର ରାଜନେତା ମାନେ ନିଜର ଟିକେଟକୁ ହାତେଇବା ପାଇଁ ଉପର ମହଲରେ ବ୍ୟସ୍ତ | ଭାରତୀୟ ଜନତା ପାର୍ଟି ର ପତାକା ଓ ଜଣେ କର୍ମୀଙ୍କୁ ନେଇ ବାଙ୍କିରେ ସବୁଠି ଚର୍ଚ୍ଚା ଚାଲିଛି | ବାଙ୍କିରେ ବିଜେପି ତିନି ଗୋଷ୍ଠି ହୋଇ ଚାଲିଛି | ପୁଣି କୋଉ ଘଡ଼ିସନ୍ଧି ମୁହୂର୍ତ୍ତରେ କିଛି ବି ଓଲଟ ପାଲଟ ହୋଇ ଅନ୍ୟ ଦଳର ନେତା ଆସି ଟିକେଟ ହାତେଇବାକୁ ମସୁଧା ଚାଲିଛି | ତାହା ସମୟ କହିବ | ଏସବୁ ଭିତରେ ଡମପଡା ବ୍ଲକ ଅନ୍ତର୍ଗତ ଦୁର୍ଗାପୁର, ନୁଆସାହି ଗ୍ରାମର କାଳନ୍ଦୀ ବେହେରା ବିଜେପିର ପ୍ରସାର ପ୍ରଚାରକୁ ଏକ ଭିନ୍ନ ଉପାୟରେ କରି ସମସ୍ତଙ୍କର ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି | କାଳନ୍ଦୀଙ୍କ ବିଜେପି ପ୍ରୀତିକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ଯୁବଗୋଷ୍ଠୀ ରେ ହାସ୍ୟାସ୍ପଦ ହେଉଛନ୍ତି | କିଛି ବିଜେପି ବ୍ୟାନରରେ ନିଜକୁ ହନୁମାନଙ୍କ ନିର୍ଦେଶ କ୍ରମେ ଆସି ଏସବୁ କରୁଛନ୍ତି ବୋଲି ଲେଖିଛନ୍ତି | ଏହାକୁ ସହଜରେ ରାମଭକ୍ତ ଆଧ୍ୟାତ୍ମିକ ଭାଇମାନେ ସହଜରେ ଗ୍ରହଣ କରି ପାରୁନାହାନ୍ତି | ଆମ ଡମପଡା ପ୍ରତିନିଧି ଏସବୁ ବ୍ୟାନର ଲେଖା ଦେଖି କାଳନ୍ଦୀ ବେହେରାଙ୍କୁ ପଚାରିବାରୁ ଉତ୍ତର ଆସିଥିଲା – ମୋତେ ଗଦା ବୁଲାଇବାକୁ ହନୁମାନ ପରାମର୍ଶ ଦେଇଛନ୍ତି | ବାଙ୍କୀକୁ କେହି ଜଣେ ଗୁଣି କରିଛି | ମୁଁ ଦିନେ ବିଧାୟକ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ହେବି ଓଡିଶାରେ | ଦୁର୍ଗାପୁର ଗାଁ ପୋଖରୀ ପାଖ ହନୁମାନ ମନ୍ଦିର ପରିସରରେ ଉଭୟ ବିଜେପି ଓ ହନୁମାନ ପତାକା ଲାଗିଛି | ଦିନରାତି ଉକ୍ତ ପରିବେଷକୁ ସଫା ସୁତରା କରିବା ସହିତ ପୂଜାର୍ଚ୍ଚନା କରି ଆସୁଛନ୍ତି | ନିଜେ ମଟର ଗାଡ଼ିରେ ସବୁବେଳେ ବିଜେପି ଓ ହନୁମାନଙ୍କ ପତାକା ଲଗେଇ ବିଜ୍ଞାପିତ କରୁଛନ୍ତି | ଦେଖାଯାଉ କାଳନ୍ଦୀ ବେହେରା ହନୁମାନଙ୍କ ନିର୍ଦେଶରେ ଗଦା ବୁଲେଇ ବାଙ୍କି ପୋଖରୀରେ କେତେ ପଦ୍ମ ଫୁଟାଉଛନ୍ତି |

Leave a Reply

Your email address will not be published. Required fields are marked *