ଆଚିଭର ଛାତ୍ରୀ ହେଲେ କଲେଜ ଟପ୍ପର !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ କଳାପଥର ର ଆଚିଭର ଶିକ୍ଷା କେନ୍ଦ୍ର ଆଜିକା ଦିନରେ ମାତ୍ର ବର୍ଷକର ଘରୋଇ ଶିକ୍ଷାଅନୁଷ୍ଠାନ ଅଟେ | ଚଳିତବର୍ଷ କଳାପଥର ଧଳାପଥର ଆଞ୍ଚଳିକ ମହାବିଦ୍ୟାଳୟର ଯୁକ୍ତ ଦୁଇ କଳାରେ ସର୍ବୋଚ୍ଚ ନମ୍ବର ( 528 /600 ) ରଖିଥିବା ଛାତ୍ରୀ ଠଣାପଲ୍ଲୀ ଗ୍ରାମର ସୁଭାଷିନୀ ସେଠି ଆଚିଭର ଶିକ୍ଷା କେନ୍ଦ୍ରର ଛାତ୍ରୀ ଅଟନ୍ତି | ଆଚିଭର ପରିବାର ତରଫରୁ ଅନୁଷ୍ଠାନର ଉପଦେଷ୍ଟା ଅଧ୍ୟାପିକା ମମତା ଜେନା , ସୁବାଶିନୀଙ୍କୁ ତାଙ୍କ ବାସଭବନରେ ଉତ୍ତରୀୟ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଛନ୍ତି | ଆଗାମୀ ଦିନରେ ଜଣେ ଭଲ ଶିକ୍ଷୟିତ୍ରୀ ହେବାକୁ ଲକ୍ଷ ରଖିଛନ୍ତି କୁମାରୀ ସୁବାଶିନୀ ସେଠି |

Leave a Reply

Your email address will not be published. Required fields are marked *