ଦୁର୍ଘଟଣା ରେ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେଲେ ତହସିଲଦାର !!!

0
127

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଦୁର୍ଘଟଣା ଗ୍ରସ୍ତ ଅଜଣା ଯୁବକଙ୍କୁ ଚିକିତ୍ସା ପାଇଁ ନିଜେ ଗାଡ଼ିରେ ମେଡ଼ିକାଲ ନେଇ ନିଜର ମାନବିକତା ଦେଖାଇଛନ୍ତି ତହସିଲଦାର ରାଜେଶ କିଶୋର ସ୍ଵାଇଁ । ସୂଚନା ଅନୁଯାୟୀ ନୟାଗଡ଼ ପୁରୁଣା ସହର ଦକ୍ଷିଣ କାଳୀ ମନ୍ଦିର ନିକଟରେ ବାଇକ କୁ , କାର ଧକ୍କା ଫଳରେ ତିନି ଜଣ ବାଇକ ଆରୋହି ଗୁରୁତର ଆହତ ହୋଇ ଘଟଣା ସ୍ଥଳରେ ଛଟପଟ ହେଉଥିଲେ । ସେହି ରାସ୍ତା ଦେଇ ତହସିଲଦାର ରାଜେଶ କିଶୋର ସ୍ବାଇଁ ଅଫିସ ଆସୁଥିବା ବେଳେ ଆହତଙ୍କୁ ଦେଖି ଅଟକି ଥିଲେ । ତୁରନ୍ତ ଚିକିତ୍ସା ପାଇଁ ଗୁରୁତର ଆହତ ହୋଇଥିବା ଦୁଇ ଜଣ ଯୁବକଙ୍କୁ ନିଜ ଗାଡିରେ ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଇଥିଲେ । ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଧ୍ବକ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ନୂଆଗାଁ ଥାନା ଦେଉଳି ଗାଁର ଦୁଇ ଭାଇ କାଳିଆ ଏବଂ ବଳିଆ ସାହୁ ମାମୁଁ ଝିଅ ବାହାଘର ପାଇଁ ଝୁମ୍ପୁରୀ ଗାଁ କୁ ଆସିଥିଲେ । ନୟାଗଡ଼ ବଜାର ରୁ ଫ୍ୟାନ କିଣିବା ପାଇଁ ମଟର ସାଇକେଲରେ କାଳିଆ ବଳିଆ ଏବଂ ଅନ୍ୟ ଜଣେ ବନ୍ଧୁଙ୍କ ସହ ମିଶି ଝୁମ୍ପୁରୀ ଗାଁ ରୁ ଆସୁଥିବା ବେଳେ ଦକ୍ଷିଣ କାଳୀ ମନ୍ଦିର ପୂର୍ବରୁ ଏକ କାର ଭାରସାମ୍ୟ ହରାଇ ବାଇକକୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର ଆଗ ଚକା ବାହାରି ରାସ୍ତାରେ ଛିଟିକି ପଡିଛି । ହେଲେ କାର ଡ୍ରାଇଭର ର କୌଣସି କ୍ଷତି ହୋଇ ନାହିଁ । ଅଭିଯୋଗ ପରେ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ସ୍ଥଳରୁ ଅଜଣା ଆହତ ମାନଙ୍କୁ ଚିକିତ୍ସା ପାଇଁ ତହସିଲଦାର ରାଜେଶ କିଶୋର ସ୍ବାଇଁ ନିଜେ ଗାଡ଼ିରେ ମେଡ଼ିକାଲ ଆଣିବା ଏବଂ ମେଡ଼ିକାଲରେ ଉପସ୍ଥିତ ରହି ସେମାନଙ୍କର ଚିକିତ୍ସା କରାଇବା ଘଟଣା ସବୁ ମହଲରୁ ଶୁଭେଚ୍ଛା ମିଳିଥିବା ବେଳେ ଏହା ଥିଲା ମୋର ପ୍ରାଥମିକ କର୍ତ୍ତବ୍ୟ ବୋଲି କହିଛନ୍ତି ତହସିଲଦାର ରାଜେଶ କିଶୋର ସ୍ବାଇଁ ।

LEAVE A REPLY

Please enter your comment!
Please enter your name here