ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ମୁଖ୍ୟ ଡାକଘର ସମ୍ମୁଖରେ ଅଖିଳ ଭାରତ ଡାକ କର୍ମଚାରୀ ସଂଘ 15 ଦଫା ଦାବି ନେଇ ଧାରଣା ଦେଇଥିବାର ଦେଖିବାକୁ ମିଳିଛି । ଏହି ଧାରଣାରେ ଗ୍ରାମ ଡାକ ସେବକ ଓ ସେବୀକା ମାନେ ବସିଥିବାର ଜଣା ପଡ଼ିଛି । ଏହି ଧାରଣାରେ ସଭାପତି ଟି. ଚଲପତି ରାଓ, ସମ୍ପାଦକ ସୂର୍ଯ୍ୟ ନାରାୟଣ ପଣ୍ଡା, ଉପ ସଭାପତି ଅଭିମନ୍ୟୁ କଳିଙ୍ଗ , ସହ ସମ୍ପାଦକ ଏନ ରାମ ବାବୁ, G.D.S ମଧୁସ୍ମିତା ଜେନା, ସ୍ୱାଗତିକା ସାମଲ, ମାଳତୀ ପ୍ରମୁଖ ଉପସ୍ଥିତ ଥିଲେ ।
ଅଖିଳ ଭାରତ ଡାକ କର୍ମଚାରୀ ସଂଘର ଧାରଣା !!!

